ଭୁଲିଆବନ୍ଧ ଗ୍ରାମରେ ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ : ଭକ୍ତିରେ ବୁଡିଲେ ଶ୍ରଦ୍ଧାଳୁ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲାପଡା ବ୍ଲକ ଅନ୍ତର୍ଗତ ଯୁବା ପଞ୍ଚାୟତ ଭୁଲିଆବନ୍ଧ ଗ୍ରାମରେ ଆଜି ସୁନ୍ଦରାକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଆଖ ପାଖର ଭକ୍ତମାନେ ଉପସ୍ଥିତ ରହି ବହୁତ ଖୁସି ଆନନ୍ଦ ଅନୁଭବ କରିବା ସହ ସମସ୍ତ ଶ୍ରଦ୍ଧାଳୁମାନଙ୍କ ସମେତ ମହିଲାମାନେ ନାଚି ଉଠିଥିଲେ । ପଶ୍ଚିମ ଓଡ଼ିଶାର ଅଏଁଲାତୁଙ୍ଗା ଗ୍ରାମର ସୁନାମଧନ୍ୟ ପାରାୟଣ ଗାୟକ ରମାକାନ୍ତ ପଣ୍ଡା ବ୍ୟାସ ଭାବେ ଯୋଗଦେଇ ପାରାୟଣ ଗାୟନ କରିଥିଲେ ଓ ପୂଜକ ଭାବେ ପଣ୍ଡିତ କୌସଲ ପୁରୋହିତ କାର୍ଯ୍ୟ ନିର୍ବାହ କରିଥିବା ବେଳେ ପୂଜାକର୍ତ୍ତା ଭାବରେ ଚିନ୍ତାମଣି ମଲ୍ଲିକ ଓ ଧର୍ମ ପତ୍ନୀ ପଦ୍ମାବତୀ ମଲ୍ଲିକ ଓ ଭୁଲିଆବନ୍ଧ ଗ୍ରାମବାସୀ ସହଯୋଗ କରିଥିଲେ । ଖିରସିନ୍ଦୁ ମଲ୍ଲିକ, ସୁପାଲ ମେହେର, ପବିତ୍ର ମଲ୍ଲିକ, ନିତ୍ୟାନନ୍ଦ ବିଶ୍ଵାଳ, ଉପେନ୍ଦ୍ର ଦେଓ, ଡମ୍ବରୁ ଧର ବୁଡ଼େକ୍, ମହନ୍ ମଲ୍ଲିକ ଓ ଅନ୍ୟ ଭକ୍ତ ମାନେ ପୂଜାରେ ସହଯୋଗ କରିଥିଲେ । ସମସ୍ତ ଶ୍ରଦ୍ଧାଳୁମାନଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ଓ ସରବତ ପାଣିର ବ୍ୟବସ୍ଥା କରାଯାଇଥିଲା । ଛେଟ ବଡ଼ ଭାଇ ଭଉଣୀମାନେ ଓ ମହିଳାମାନେ ଅର୍ଣ୍ଣ ସେବନ କରିଥିଲେ । ସହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା ।

Leave A Reply

Your email address will not be published.

error: Content is protected !!