jayashree

ପଟାମରା ଗ୍ରାମର ପ୍ରଭାକର ଗହୀରଙ୍କ ଆକସ୍ମିକ ବିୟୋଗ

  • ୭ଲକ୍ଷରୁ ଅଧିକ ଲୁଟର ଶିକାର ହୋଇଥିଲେ ତାଙ୍କ ପୁଅଝିଅ ଚିକିତ୍ସାରେ ଗୁରୁତର ଅବହେଳା ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ପଟାମରା ଗ୍ରାମର ପ୍ରଭାକର ଗହୀର (୫୭)ଙ୍କ ରାୟପୁରରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ୧୧ଟା ୩୦ରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ତଳେ ସାମାନ୍ୟ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ କିନ୍ତୁ ତାଙ୍କ ଚିକିତ୍ସାରେ ଗୁରୁତର ଅବହେଳା କରାଯାଇଥିଲା । ଏଣୁ ପୁଣି ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ରାୟପୁର ସ୍ଥାନାନ୍ତର କରାଯାଇଥିଲା । ସେ ସେଠାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ୧୧ଟା ୩୦ରେ ତାଙ୍କର ପରଲୋକ ହୋଇଯାଇଥିଲା । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ବଡପୁଅ ଲଳିତ ଗହିର, ମଝିଆ ପୁଅ ଧୀରମନ ଗହୀର, ନାତି ଧନଞ୍ଜୟ ଗହିର, ଚିନ୍ମୟ ବ୍ରହ୍ମ ଗହୀର ମୁଖାଗ୍ନି ଦେଇଥିଲେ । ଅଲେଖ ମହିମା ଧର୍ମ ଅନୁସାରେ ତାଙ୍କର ସମ୍ପୂର୍ଣ୍ଣ ସମାଧି କରାଯାଇଥିଲା । ଗ୍ରାମର ମହିମା ଧର୍ମର ଭକ୍ତ ଯୋଗାଧ୍ୟାନ ହଂସ, ଜୟଧର ଛତ୍ରିଆ, ଚତୁର ଛତ୍ରିଆ, ହରିବନ୍ଧୁ ହଂସ, ଦୁଷ୍ମନ୍ତ ହଂସ, କପୂର୍ଚ୍ଚନ ହଂସ, ଲୋଚନ ହଂସ, ହଳଧର ମହାକୁର, ସୀତା ହାତୀ, ଜଗନ୍ନାଥ ହାତୀ, ଟଙ୍କଧର ହଂସ ତଥା ସମସ୍ତ ପଟାମରା ଗ୍ରାମବାସୀ, ପରିବାର ତଥା ବନ୍ଧୁମାନେ ଉପସ୍ଥିତ ଥିଲେ । ହଳଦୀରେ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ମୃତ ପ୍ରଭାକର ଗହୀରଙ୍କ ବଡପୁଅ ଲଳିତ ଗହୀର ଓ ତାଙ୍କ ଭଉଣୀଙ୍କୁ ଗତ ୦୮/୧୧/୨୪ରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୭ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣା ପରଠାରୁ ମୃତ ପ୍ରଭାକର ସାମାନ୍ୟ ଚିନ୍ତିତ ରହୁଥିଲେ । ଏହି ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ପାଖରୁ ୧ଲକ୍ଷ ୩୯ ହଜାର ଲୁଟ୍ ଟଙ୍କା ସହ ବିଭିନ୍ନ ସାମଗ୍ରୀ ପୁଲିସ ଉଦ୍ଧାର କରିଥିଲା । ଏହି ଘଟଣାରେ ସଂପୃକ୍ତ ୨ମୁଖ୍ୟ ମାଷ୍ଟର ମାଇଣ୍ଡ ଏବେବି ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ମୁରିବାହାଲ ପୁଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରଖିଥିବା ପ୍ରକାଶ କରିଛି । ମୃତ ପ୍ରଭାକରଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.