oum

ବୃହତ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

jsm

ଗୁରୁଡିଝାଟିଆ : ଆଠଗଡ ଓ ତିଗିରିଆ ବ୍ଲକର ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ସଂଯୋଗ କରାଯିବ ପାନୀୟ ଜଳ । ସମସ୍ତେ ଘରେ ବସି ପାଇବେ ବିଶୁଦ୍ଧ ପାନୀୟ ଜଳ । ପ୍ରାୟ ୧୨ଶହ କିମି ବ୍ୟାପୀ ପାଇପ ବିଛାଯିବ । ଏହି ବୃହତ ପାନୀୟଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କୁମାରପୁର ପଞ୍ଚାୟତର ଦଣ୍ଡାପଡିଆରେ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପ୍ରତିନିଧି ବରିଷ୍ଠ ବିଜେଡି ନେତା ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରି କହିଥିଲେ, ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦୃଢ ଇଚ୍ଛାଶକ୍ତି ଓ ଜନସାଧାରଣଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧତା ଯୋଗୁଁ ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି ।

ଆଠଗଡ ଓ ତିଗିରିଆ ବ୍ଲକର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟଜଳ ପହଞ୍ଚିବା ସହ ବାଙ୍କି ନିର୍ବାଚନ ମଣ୍ଡଳୀର ୭ ପଞ୍ଚାୟତର ଏହି ସୁବିଧା ଉପଲବ୍ଧ ହେବ ଯାହାକି ଏକ ମହନୀୟ ପଦକ୍ଷେପ ବୋଲି କହିଥିଲେ । ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ଆଚାର୍ଯ୍ୟ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ କାଳୁ ବେହେରା, ଜେଏମଏସି ଠିକାଦାରୀ ସଂସ୍ଥାର ପ୍ରକଳ୍ପ ପ୍ରବନ୍ଧକ ସାଇକ୍ରିଷ୍ଣା, ସହଯୋଗୀ ଠିକାଦାର ଦେବାଶିଷ ବିଶ୍ୱାଳ, କୁମାରପୁର ସରପଞ୍ଚ ଦୀପକ ଆଚାର୍ଯ୍ୟ, ଗୋବରା ସରପଞ୍ଚଙ୍କ ପ୍ରତିନିଧି ପ୍ରଭାତ କୁମାର ଥାଟୋଇଙ୍କ ସହିତ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମ ପର୍ଯ୍ୟାୟରେ ଗୁରୁଡିଝାଟିଆ ଅଞ୍ଚଳର ୧୧ଟି ପଞ୍ଚାୟତରେ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ବିଛା କାର୍ଯ୍ୟ ଆରମ୍ଭ ହେବ । ଏହାରେ ନଦୀକୂଳ ପଞ୍ଚାୟତ ସମୂହ ପର୍ଯ୍ୟାୟକ୍ରମେ ଆଠଗଡ, ତିଗିରିଆ ସହ ବାଙ୍କିର ୭ ପଞ୍ଚାୟତରେ ଏହି କାର୍ଯ୍ୟ କରାଯିବ ।

Leave A Reply

Your email address will not be published.