ବିଦ୍ୟା ଷ୍ଟଡ଼ି ପଏଣ୍ଟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟ ଆନୁକୂଲ୍ୟରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଟାଙ୍ଗରପାଲ୍ଲୀ ଥାନା ଅଧିକାରୀ ରାମେଶ୍ୱର ସିଂହ, ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁପ୍ରଭାତ କୁମାର ବେହେରା, ଶିକ୍ଷାବିତ୍‌ ଆଦିତ୍ୟ କୁମାର ଷଢଙ୍ଗୀ ଯୋଗଦେଇ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉକ୍ତ ପବିତ୍ର ଦିବସରେ ଅନୁଷ୍ଠାନର ବିଦ୍ୟାର୍ଥୀମାନେ ଜାତିର ପିତା ଗାନ୍ଧୀ ଓ ଶାନ୍ତିର ଦୂତ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସତ୍ୟର ପୂଜାରୀ ମହାତ୍ମାଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀଙ୍କର କର୍ମମୟ ଜୀବନ, ସ୍ୱାଧୀନତା ସଂଗ୍ରାମ, ସମାଜସେବା, ଗ୍ରାମ ସ୍ୱରାଜ ଅଭିଯାନ ସର୍ବୋପରି ଆଧୁନିକ ଭାରତ ଗଠନରେ ନେତା ଦ୍ୱୟଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ବିଷଦ ଆଲୋଚନା କରିଥିଲେ । ଉଭୟ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ନ୍ୟାୟ ପଥକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପକ ବ୍ରଜେଶ ଚନ୍ଦ୍ର ପାଠକ, ସୁନୀଲ ସାମଲ, ବିମଲ କୁମାର ମନ୍ତ୍ରୀଙ୍କ ସମେତ ସେକ୍ଟର- ୨୨ କର୍ମଚାରୀ କଲ୍ୟାଣ ଟ୍ରଷ୍ଟର ସଦସ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ନିଜକୁ ସାମିଲ କରିଥିଲେ ।

Leave A Reply

Your email address will not be published.

error: Content is protected !!