ଧୁମ୍‌ଧାମ୍‌ରେ ପାଳିତ ହେଲା ସାବିତ୍ରୀ ବ୍ରତ

ରାଉରକେଲା, (ସସ୍ମିତା ପ୍ରଧାନ) : ସଧବା ନାରୀମାନଙ୍କ ଦ୍ଵାରା ପାଳିତ ହେଉଥିବା ବ୍ରତଗୁଡିକ ମଧ୍ୟରୁ ସାବିତ୍ରୀ ବ୍ରତ ଏକ ଶ୍ରେଷ୍ଠ ବ୍ରତ । ସତୀ ପ୍ରତିବ୍ରତା ସାବିତ୍ରୀଙ୍କ ସ୍ମରଣ ସାଙ୍ଗକୁ ତାଙ୍କ ପନ୍ଥା ଅନୁସରଣ ହେଉଛି ସାବିତ୍ରୀ ବ୍ରତ ପାଳନର ମୂଳଲକ୍ଷ୍ୟ । ସାବିତ୍ରୀ ବ୍ରତ ପାଳନ କରି ନାରୀ ନିଜ ପତିର ଦୀର୍ଘାୟୁ କାମନା କରିଥାଏ । ଏହି ବ୍ରତରେ ସାବିତ୍ରୀ ଦେବୀ, ଯମ ଦେବତା, ସତ୍ୟବାନ ଓ କେତେକ ସ୍ଥାନରେ ଲକ୍ଷ୍ମୀନାରାୟଣଙ୍କୁ ପୂଜା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଇସ୍ପାତ ନଗରୀ ରାଉରକେଲାରେ ମଧ୍ୟ ବିଭିନ୍ନ ମନ୍ଦିର ମାନଙ୍କରେ ସ୍ୱତନ୍ତ୍ର ପୂଜାପାଠର ଆୟୋଜନ କରାଯାଇଥିଲା । ଏଥିପାଇଁ ସହର ଉତ୍ସବମୁଖର ହୋଇ ଉଠିଥିଲା ।

Leave A Reply

Your email address will not be published.