pr

ଅଙ୍ଗନୱାଡି କେନ୍ଦ୍ରସ୍ତରୀୟ ପୋଷଣ ପଖୱଡା ଦିବସ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ଖପୁରିଡ଼ିହି କଲ୍ୟାଣ ମଣ୍ଡପଠାରେ ଅଙ୍ଗନୱାଡି କର୍ମୀ ସଲମା ବେଗମଙ୍କ ନେତୃତ୍ୱରେ କେନ୍ଦ୍ରସ୍ତରୀୟ ପୋଷଣ ପଖୱଡ଼ା ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଦୁର୍ଯ୍ୟୋଧନ ବିଶି, ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯ୍ୟୋଧନ ପୁଟା, ଖପୁରିଡିହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ଧରୁଆ, ୱାର୍ଡ ମେମ୍ବର ସାତମତୀ ପୁଟା ଯୋଗ ଦେଇ ପୋଷଣ ଦିବସରେ ଆସିଥିବା ମା’ ଶିଶୁ, କିଶୋରୀ ବାଳିକାମାନଙ୍କୁ ଓ ମା’ ଶିଶୁ ଯତ୍ନ କିପରି ନିଆ ଯିବ ସେ ବିଷୟରେ ବୁଝାଇଥିଲେ । ଏହି ଦିବସରେ ବିଭିନ୍ନ ପ୍ରକାର ଡାଲି, ଚାଉଳ, ପିଠା, କ୍ଷୀରି, ଲଡ଼ୁ, ହାଲୁଆ, ଗଜା ମୁଗ, ପନିପରିବା, ଶାଗ, ଫଳ, ବାଦାମ, ଛତୁଆ, ସୁଜି, ଅଣ୍ଡା, ଆଇରନ ବଟିକା, କୃମି ଔଷଧ ଆଦି ଆଣି ଟେବୁଲରେ ସଜାଇ ରଖିଥିଲେ । ଏହି ଖାଦ୍ୟ ମା’ ଓ ଶିଶୁମାନଙ୍କୁ ଦେବା ଜରୁରୀ ଅଟେ । ଶସ୍ୟ ଜାତୀୟ, ଡାଲି ଓ ପନିପରିବା ସହ ଅଣ୍ଡା, ମାଛ, ମାଂସରେ ରହିଥିବା ପୁଷ୍ଟିକର ଖାଦ୍ୟ ଖାଇ ମା’ ଓ ଶିଶୁଙ୍କୁ ସୁସ୍ଥ ସବଳ ରଖିବା ଏବଂ ସେ ବିଷୟରେ ସରକାରଙ୍କ ତରଫରୁ ଦିଆଯାଉଥିବା ଖାଦ୍ୟ, ଔଷଧ, ଟିକାକୁ ଠିକ ଭାବରେ ବ୍ୟବହାର କରିବା ପାଇଁ ଅଙ୍ଗନୱାଡି ଦିଦିମାନେ ମା’ମାନଙ୍କୁ ବୁଝାଇଥିଲେ । ଏହି ଦିବସରେ ସୁରଙ୍ଗିଦାଦର, ମୋତିପାଲି, ପତ୍ରାପାଲି, ପୁରେନା, ଖପୁରିଡ଼ିହି ଗ୍ରାମର ମା’ ଏବଂ କିଶୋରୀ ବାଳିକାମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଅଙ୍ଗନୱାଡି କର୍ମୀ ସିନ୍ଧୁଲତା ସୁନା, ଜେବୁନ ବେଗମ ଯୋଗ ଦେଇଥିଲେ । ଶେଷରେ ପୁଷ୍ପାଞ୍ଜଳି ସୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.