oom

ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ବିଶ୍ୱନାଥ ପଣ୍ଡିତଙ୍କ ଜୟନ୍ତୀ ପାଳିତ

jsmm

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ମେଡିକାଲ କମଚାରୀ ସଂଘ, ମେଡିକାଲ କଲେଜ ହସ୍ପିଟାଲ ଓ ନଗର ଚିକିତ୍ସାଳୟ କର୍ମଚାରୀ ସଂଘର ମିଳିତ ଉଦ୍ୟମରେ ମେଡିକାଲ କର୍ମଚାରୀ, ମେହେନ୍ତର ସଂଘ ଓ ହିନ୍ଦ୍‌ ମଜଦୁର ସଭାର ପ୍ରତିଷ୍ଠାତା ସଭାପତି, ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ବିଧାୟକ ବିଶ୍ୱନାଥ ପଣ୍ଡିତଙ୍କ ୧୦୨ତମ ଜୟନ୍ତୀ ସଂଘ କାର୍ଯ୍ୟାଳୟ ବିଶ୍ୱନାଥ ପଣ୍ଡିତ ଭବନ ଠାରେ ସଂଗଠନର ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି ।

ଏଥିରେ ଅନ୍ୟତମ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟା ଲାଲୁ ମୋହନ ବେହେରା, ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସମ୍ପାଦକ ଜି.ନରସିଂହ ରାଓ, ମେଡିକାଲ କଲେଜ ଶାଖାର ସମ୍ପାଦକ ରାଜୁ ଚିନ୍ନା, ରବି ନାରାୟଣ ବେହେରା, ରେଣୁପ୍ରିୟା ପାଢ଼ୀ, ବିପିନ ବିହାରୀ ନାୟକ, ଟୁନା ଜେନା, ପ୍ରକାଶ ଚନ୍ଦ୍ର ବେହେରା, ଗୌରହରି ମହାପାତ୍ର, ଶରତ ଦାସ, ଏଚଏମଏସ୍‌ର ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.