pr

କାଲିଠୁ ରାତି ୯ଟା ଯାଏଁ ଖୋଲା ରହିବ ଦୋକାନ ବଜାର

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : କାଲିଠୁ ଜିଲ୍ଲାରେ ରାତି ୯ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଏ ନେଇ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ନୂତନ ନିର୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସ୍ପେସିଆଲ ରିଲିଫ୍ କମିସନରଙ୍କ ନିଦେ୍ର୍ଧଶ ମତେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏ ସଂପର୍କରେ ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ତରଫରୁ ଅର୍ଡର ନଂ.୨୩୮୬/ ତା.୧୩.୦୮.୨୦୨୦ ଜାରି କରାଯାଇଛି । ଏହାର ପ୍ରଭାବରେ ୩ ଅଗଷ୍ଟରେ ଜାରି କରାଯାଇଥିବା ନିଦେ୍ର୍ଧଶ, ଯେଉଁଥିରେ କି ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବା ପାଇଁ ନିର୍ଦେଶ ରହିଥିଲା, ତାହା ପ୍ରଭାବଶୂନ୍ୟ ହୋଇଯାଇଛି ଏବଂ ଆସନ୍ତା କାଲି ୧୪ ତାରିଖରୁ ସକାଳ ୬ଟାରୁ ରାତି ୯ଟା ଯାଏଁ ଦୋକାନ ବଜାର ଖୋଲା ରହିବ ବୋଲି ସୂଚନାରେ କୁହାଯାଇଛି ।

nrusinghnath
Leave A Reply

Your email address will not be published.