pr

ବଲାଙ୍ଗିର ଜ଼ିଲ୍ଲା ପ୍ରାଇଭେଟ କ୍ଲିନିକ ଆସୋସିଏସନ ତରଫରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରନା ସଂକ୍ରମଣକୁ ଆଖିଆଗରେ ରଖି ସାମାଜିକ ଦୂରତ୍ୱକୁ ବଜାୟ ରଖି ବଲାଙ୍ଗିର ହରିହର ନରସିଂହୋମଠାରେ ଇତିମଧ୍ୟରେ ବଲାଙ୍ଗିର ଜ଼ିଲ୍ଲା ପ୍ରାଇଭେଟ କ୍ଲିନିକ ଆସୋସିଏସନ ତରଫରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଡ.ନରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ସଂଘ ତରଫରୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏ ମାସ ୮ ତାରିଖରେ ସରକାରୀ ଭୀମ ଭୋଇ ହସ୍ପିଟାଲରେ କାର୍ୟ୍ୟରତ କରୋନା ଯୋଦ୍ଧା ଡାକ୍ତର ସୀମାଞ୍ଚଳ ଡାକୁଆଙ୍କୁ ଆକ୍ରମଣ କରିଥିବା ଅସାମାଜିକଙ୍କୁ ତୁରନ୍ତ ଏନଏସଏ.ରେ ଗିରଫ କରାଯାଉ ଓ ଡାକ୍ତରମାନଙ୍କୁ ସରକାର ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦେବେ କିପରି ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ଉପ ସଭାପତି ଶ୍ରୀମନ୍ତ ପଣ୍ଡା ସଂମ୍ପାଦକ, ରାଜକୁମାର ଅଗ୍ରୱାଲ୍ କାର୍ୟ୍ୟକାରୀ ସଂମ୍ପାଦକ ସୃତି ରଞ୍ଜନ ଦାସ, କୋଷାଧ୍ୟକ୍ଷ ଦୀପକ ଜୈନ, ସଂଜୀବ ମିଶ୍ର, ଦୁର୍ଗା ପାଣିଗ୍ରାହୀ, ସଂଜୟ ପଟେଲ ଅରଡିଏ ସଭାପତି ଦରବିନ୍ଦ ଝା, ସଂଜୀବ ନାୟକ ଓ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ ।

nrusinghnath
Leave A Reply

Your email address will not be published.