oom

ନୂଆଁଖାଇ ଭେଟ୍‌ଘାଟ୍‌ରେ ଯୋଗ ଦେଲେ ପ୍ରଶନ୍ନ ଷଡଙ୍ଗୀ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗ୍ରାମରେ ଆୟୋଜିତ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଯୋଗଦେଲେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଓଏସ୍‌ଡି ଓ ସ୍ୱତନ୍ତ୍ର ସଚିବ ପ୍ରଶନ୍ନ କୁମାର ଷଡଙ୍ଗୀ ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଥିଲେ । ତାଙ୍କର ପ୍ରଥମ ଗସ୍ତରେ ଜନ୍ମମାଟି ମାଣ୍ଡିଆପଦର ଏବଂ ବାରପୁଡୁଗିଆ ଗ୍ରାମର ଲୋକେ ବହୁ ଖୁସିର ସହ ସ୍ୱାଗତ ଜଣାଇଥିଲେ । ଆମର ପରମ୍ପରା ଓ ସଂସ୍କୃତିର ବଡ ତିହାର ନୂଆଁଖାଇରେ ସମସ୍ତେ ଭାଇଚାରା ଏବଂ ଏକତା ବଜାୟ ରଖିବାକୁ ପରାମର୍ଶ ଦେଲେ । ଗାଁର ସମସ୍ତେ ସମସ୍ତଙ୍କୁ ଜୁହାର ଭେଟ ହେଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ । ଏହି ସମୟରେ ଅଧ୍ୟାପକ ସୁରେଶ ଷଡଙ୍ଗୀ, ନିମାଇଁ ଚରଣ ପାଣିଗ୍ରାହୀ, ସଦାନନ୍ଦ ମହଲା, ଘାସିରାମ ଭୋଇ, ସଂଜୟ ନାୟକ, ଅନିଲ ସେଠ୍‌, ରିଙ୍କୁ ନାଏକ, ଗଦନ ସାହୁ, ଗୌତମ ମହଲା, ବିବେକ ବୁଡେକ, ଧୁବା ମହଲା, ବିନୋଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ଜୟକୃଷ୍ଣ ମିଶ୍ର ସଂଯୋଜନା କରିଥିଲେ । ଏହା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଖେଳ ପ୍ରତିଯୋଗିତା ଆରମ୍ଭ ହୋଇଥିଲା ।

jittmm
Leave A Reply

Your email address will not be published.