oom

ବୁଲା ଗୋରୁଗାଈ ନିୟନ୍ତ୍ରଣ ପାଇଁ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରାଞ୍ଚଳ ମଧ୍ୟରେ ବୁଲା ଗୋରୁଗାଈ ନିୟନ୍ତ୍ରଣ ପାଇଁ ଏକ ବୈଠକ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି । ପଦ୍ମପୁର ସହରର ମଧ୍ୟରେ ବୁଲା ଗୋରୁଗାଈମାନଙ୍କ ପାଇଁ ଟ୍ରାଫିକ ସମସ୍ୟା ସହିତ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିବା ଏବଂ ବିଭିନ୍ନ ସମୟରେ ଚାଷୀ ମାନଙ୍କ ଶସ୍ୟ ମଧ୍ୟ ନଷ୍ଟ ହେଉଥିବା ଦୃଷ୍ଟିରୁ ବୁଲା ଗୋରୁଗାଈଙ୍କୁ ନିୟନ୍ତ୍ରଣ କରିବା ପାଇଁ ଉପଜିଲ୍ଲାପାଳ ଉପଖଣ୍ତ ପଶୁ ଚିକିତ୍ସାଧିକାରୀ ଏସଡ଼ିଭିଓ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତାଙ୍କ ମତାମତ ଲୋଡିଥିଲେ । ଏଭଳି ସ୍ଥିତିକୁ ସୁନିୟନ୍ତ୍ରଣ କରିବା ପାଇଁ ଗୋରୁଗାଈ ମାଲିକମାନଙ୍କ ସହିତ ଯୋଗାଯୋଗ କରି ସଚେତନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା । ଆବଶ୍ୟକ ସ୍ଥଳେ ବୁଲା ଗୋରୁଗାଈମାନଙ୍କୁ ରଖିବା ପାଇଁ କାଂଜି ହାଉସର ବ୍ୟବସ୍ଥା ତଥା ଗୋଶାଲା ଗୁଡିକୁ ସ୍ଥାନାନ୍ତର କରିବା ପାଇଁ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ପଦ୍ମପୁର ପଶୁ ଚିକିତ୍ସାଧିକାରୀ ଡା ପର୍ଶୁରାମ ପଣ୍ତା, ଏଭିଏସ ଡା.ରୋଜାଲିନ ଭଂଜଦେଓ,ସୁନୀତା ସାହୁ, ସୁଜାତା ସିବାଙ୍ଗୀ ଇନ୍ଦୁଅର, ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଜେଇ ଏସ୍ ଦୁଷ୍ମନ୍ତ କୁମାର ବେହେରା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରିଶେଷରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.