oom

ନିପୂଣ ଓଡ଼ିଶା ମେଳାରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମିଳିଲା ପ୍ରଶଂସା ପତ୍ର

jsmm

ଭୋଗରାଇ, (ଶିବ ନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଦହମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା ଦହମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଶିକ୍ଷାବିତ୍ ପବନ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ଆଲୋକ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସପନ କୁମାର ଦେ, ସମ୍ମାନିତ ଅତିଥି ଭାବେ କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ, ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଗିରି, ପ୍ରଧାନଶିକ୍ଷକ ଅଶୋକ କୁମାର ସେଠୀ, ପ୍ରଧାନଶିକ୍ଷକ ନନୀ ଗୋପାଳ ଦାସ, ପ୍ରଧାନ ଶିକ୍ଷକ କାଳିଚରଣ ବେହେରା, ସାମ୍ବାଦିକ ଶିବନାରାୟଣ ପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ଉଭୟ ଶିକ୍ଷକ ଓ ପିତାମାତାଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିରେ ଛାତ୍ରଛାତ୍ରୀମାନଙ୍କ ଜ୍ଞାନର ଅଭିବୃଦ୍ଧି ପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ, ସୃଜନଶୀଳତାର ଉପକରଣ ମାନ ପ୍ରଦର୍ଶିତ ହୋଇଥିଲା । ୧୩ଟି କ୍ଲଷ୍ଟରରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହିତ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଅଭିଭାବକ ଯୋଗଦେଇଥିଲେ । ନିପୂଣ ଓଡ଼ିଶା ମେଳାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଶିକ୍ଷକ ଅରୋଜ କାନ୍ତି ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.