ବଡସାଇମରାରୁ ବିରଞ୍ଚି ତାଣ୍ଡି ନାମକ ଜଣେ ବ୍ୟକ୍ତି ୪ ଦିନ ହେବ ଘରୁ ନିଖୋଜ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ସଦର ଗ୍ରାମର ବିରଞ୍ଚି ତାଣ୍ଡି ନାମକ ଜଣେ ୫୬ ବର୍ଷୀୟ ବ୍ୟକ୍ତି ଗତ ୪ଦିନ ହେବ ଘରୁ ନିଖୋଜ ଥିବା ନେଇ ତାଙ୍କ ପୁଅ ଶିବ ତାଣ୍ଡି(୨୨) ଥାନାରେ ଏତଲା ଦେଇଛନ୍ତି । ବିରଞ୍ଚି ଗତ ୧୬ ତାରିଖ ସନ୍ଧ୍ୟା ୬ଟା ବେଳୁ ଘରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବାରୁ ଥାନାରେ ନିଖୋଜ ଏତଲା ଦେଇଥିଲେ । ଏ ସମ୍ପର୍କରେ ଥାନାରେ କେସ ନଂ ୫୧/୨୪ରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.