ପଞ୍ଚବଟୀ ସମାଜ ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବ ନାଟ୍ୟ କର୍ମଶାଳା ଆସନ୍ତା ୨୯ରୁ ୩୧

ବଲା‌ଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାରେ କଳାକାର ଓ କଳାପ୍ରାଣତାର ଅଭାବ ନାହିଁ । ଅଭାବ ରହିଛି, ସେମାନଙ୍କ ପାଇଁ ସୁଯୋଗର ଅଭାବ ରହିଛି। ଲିଟୁ ମହାନ୍ତିଙ୍କ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ବଡମାଁ ଓ ଜୀବନାନନ୍ଦ ମହାପାତ୍ରଙ୍କ ଚଳଚ୍ଚିତ୍ର ବରଗଡ କେନାଲ ପାଇଁ କଳାକାର ଚୟନ ଓ କଳାକାର କର୍ମଶାଳା କରିବାକୁ ଘୋଷଣା କରିବା ଅବସରରେ ଏପରି ମତ ପ୍ରକାଶ ପାଇଛି । ଆଜି ପଞ୍ଚବଟୀ ସମାଜ ସଂସ୍କୃତି ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି କର୍ମଶାଳାରେ ଚଳଚ୍ଚିତ୍ର ନିର୍ମାଣ, ନିର୍ଦ୍ଦେଶନା, ଅଭିନୟ, ଚଳଚ୍ଚିତ୍ର ସମୀକ୍ଷା, ସିନେମାରେ ସୌନ୍ଦର୍ୟ୍ୟବୋଧ ସମ୍ପର୍କରେ ସାମିଲ ହୋଇଥିବା ସମସ୍ତଙ୍କ ସହ ଆଲୋଚନା ହେବ । ଆସନ୍ତା ୨୯ରୁ ୩୧ ଜାନୁୟାରୀରେ ହେବାକୁ ଥିବା ଏହି କର୍ମଶାଳା ସ୍ଥାନୀୟ ଯାଦବ ଭବନ ଠାରେ ଆୟୋଜିତ ହେବ । ଆଜି ଏହି କର୍ମଶାଳା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିବା ବେଳେ ମଞ୍ଚାସୀନ ଥିଲେ ନିର୍ଦ୍ଦେଶକ ଲିଟୁ ମହାନ୍ତି, ମୁମ୍ବାଇର ଅନ୍ୟତମ ଖ୍ୟାତନାମା ନିର୍ଦେଶକ ବିଜ୍‌ଜ୍ଞାପନ ନିର୍ମତା ଶ୍ରୀହର୍ଷ ପୁରୋହିତ, ନାଟ୍ୟକାର ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ । ପରିଚାଳନା କରିଥିଲେ ରାମ ପ୍ରସାଦ ଦାଶ, କିଶୋର କୁମାର ଜାଲ ।

Leave A Reply

Your email address will not be published.