jayashree

୭ଟି ବିଲ୍‌ ଉପସ୍ଥାପିତ ହେଲା ବିଧାନସଭାରେ : ନରସିଂହଙ୍କ ବିରୋଧ

ଭୁବନେଶ୍ୱର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ ସହ ଆରମ୍ଭ ହୋଇଛି ବିଧାନସଭାରେ ମୌସୁମୀ ଅଧିବେଶନ । ସୂଚନା ଅନୁସାରେ ବିଧାନସଭାରେ ୮୫ ଓ ବାହାରେ ରହି ୯ ଜଣ ବିଧାନସଭା ସଦସ୍ୟ ଗୃହରେ ସାମିଲ୍‌ ହୋଇଥିବା ବେଳେ ଆଜି ବିଧାନସଭାରେ ୭ଟି ବିଲ୍‌ ଉପସ୍ଥାପିତ ହୋଇଛି । ଏହି ଉପସ୍ଥାପିତ ବିଲ୍‌ ଗୁଡ଼ିକ ମଧ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ମଧ୍ୟ ସାମିଲ୍‌ ଅଛି । ତେବେ କଂଗ୍ରେସ ବିଧାୟକ ଦଳର ନେତା ବିଲ୍‌ ଉପସ୍ଥାପନକୁ ବିରୋଧ କରିଥିବା ବେଳେ କରୋନା ସଂକ୍ରମଣ କାଳରେ ତରବର ଭାବରେ ବିଲ୍‌ ପାରିତ କରିବାକୁ ଚାହୁଁଛନ୍ତି ଶାସକ ଦଳ ବୋଲି ବିରୋଧୀମାନେ ମତବ୍ୟକ୍ତ କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ମିଶ୍ର କହିଛନ୍ତି, ଏଭଳି ଭାବେ ବିଲ୍‌ ପାରିତ୍‌ କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ଏପରିକି ବିଲ୍‌ ପାରିତ୍‌ ବେଳେ ଡିଭିଜନ୍‌ ହେଉ ବୋଲି ସେ ଦାବୀ ଉଠାଇଥିବା ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.