oom

ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତା ନିର୍ବାଚିତ : ବେଲାର ସିଂ ହେଲେ ସଭାପତି, ମନୋରଞ୍ଜନ ହେଲେ ସାଧାରଣ ସମ୍ପାଦକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ପାଇଁ ବେଲାର ସିଂ ଭୋଇ ଓ କିଶୋର ମୋହନ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ବେଲାର ସିଂ ଭୋଇ – ୫୧ ଖଣ୍ଡ ଭୋଟ୍‌ ପାଇ କିଶୋର ମୋହନଙ୍କୁ ୧୧ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ । କମିଟିର ଉପସଭାପତି ପଦ ପାଇଁ ନରେଶ କୁମାର ଦାସ ଓ ନିତ୍ୟାନନ୍ଦ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ନିତ୍ୟାନନ୍ଦ ମିଶ୍ର ୫୧ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଛନ୍ତି । ନାଗରିକ କମିଟିର ସଂପାଦକ ଭାବେ ଶିକ୍ଷାବିତ୍‌ ତଥା କୋଶଳବାଦୀ ନେତା ମନୋରଂଜନ ସାହୁ, ଯୁଗ୍ମ ସଂପାଦକ ଭାବେ ଚକ୍ରପାଣି ଦାସ ଏବଂ କୋଷାଧ୍ୟକ୍ଷ ଭାବେ ଜଣାଶୁଣା ଉଦ୍ୟୋଗପତି ଗଜେନ୍ଦ୍ର ତ୍ରିଭୁବନ ଦାସ ଭ୍ରମର ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ୧୧ ଜଣିଆ କାର୍ଯ୍ୟକାରୀ କମିଟିର ସଭ୍ୟ ପଦ ପାଇଁ ୧୪ଜଣ ସଭ୍ୟ ନାମାଙ୍କନ ପତ୍ର ଦାଖଲ କରି ଥିବା ବେଳେ ସେମାନଙ୍କ ମଧ୍ୟରୁ ଜୟରାମ ମିଶ୍ର, ପଙ୍କଜିନୀ ପଣ୍ଡା, ଗୋପ ଭୂଷଣ ନାଥ, ଗୋପବନ୍ଧୁ ପୁରୋହିତ ପର୍ଶୁରାମ ନାୟକ, ଧର୍ମବ୍ରତ ରଥ, ବୃନ୍ଦାବନ ବରାଳ, ମନୋରଞ୍ଜନ ପୁରୋହିତ, ବ୍ରଜରାଜ ପୁରୋହିତ ଏବଂ ବିମଳ କୁମାର ଚୋପଦାର ଓ ଦିବାକର ହୋତା, ନିର୍ବାଚିତ ହୋଇଛନ୍ତି । ଆଜିର କର୍ମକର୍ତା ନିର୍ବାଚନରେ ନିର୍ବାଚନ ଅଧିକାରୀ ଭାବେ ଅଶୋକ କୁମାର ମିଶ୍ରଙ୍କୁ ସହାୟତା କରି ଅଶୋକ କୁମାର ଚାନ୍ଦ ଓ ପୀତବାସ ପଣ୍ଡା ଦାୟିତ୍ୱ ନିର୍ବାହ କରିଥିଲେ । ନିର୍ବାଚନରେ ନାଗରିକ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ । କମିଟିର ପୂର୍ବତନ ସଭାପତି ଡା. ଲକ୍ଷ୍ମୀକାନ୍ତ ମହାପାତ୍ର ଓ ବିକ୍ରମ ବହିଦାର ନୂତନ ନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଦିଗରେ ନାଗରିକ କମିଟି ସବୁବେଳେ କାମ କରିବ । ଜିଲ୍ଲା ପ୍ରଶାସନ ଓ ଜନତାଙ୍କ ଭିତରେ ନାଗରିକ କମିଟି ଏକ ସେତୁ ଭାଳି କାମ କରିବ ବୋଲି ନବ ସମ୍ପାଦକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.