jayashree

କଂଗ୍ରେସର କୌଣସି ଯୁବ ଛାତ୍ର ବିଜେଡିରେ ଯୋଗଦାନ କରିନାହାନ୍ତି : ନଗର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ଓ ଘଟଣାବଳୀକୁ ଦେଖିଲେ ପ୍ରାୟତଃ ଯୁବକ ଓ ଛାତ୍ର ରାଜ୍ୟସରକାରଙ୍କ ଭୁଲ ଶିକ୍ଷାନୀତି, ଚାକିରିର ଅଭାବ ଯୋଗୁଁ ସରକାରଙ୍କ ଉପରେ ଘୋର ଅସନ୍ତୁଷ୍ଟରେ ଅଛନ୍ତି । ରାଜ୍ୟସାରା କଂଗ୍ରେସ ଦଳର ଛାତ୍ର ଓ ଯୁବକମାନେ ସରକାରଙ୍କ ବିରୁଦ୍ଧରେ ଯୁବ ଓ ଛାତ୍ରର ସ୍ୱାର୍ଥରକ୍ଷା ପାଇଁ ଲଢେଇ ଜାରି ରଖିଛନ୍ତି । ଜାତୀୟ ସ୍ତରରେ ରାହୁଲ ଗାନ୍ଧୀଙ୍କ ଆଦର୍ଶ, ଜିଲ୍ଲାରେ ବିଧାୟକ ନରସିଂହ ମିଶ୍ର ଏବଂ ଯୁବନେତା ସମରେନ୍ଦ୍ର ମିଶ୍ରଙ୍କ ଆଦର୍ଶ ଓ ନେତୃତ୍ୱ ପ୍ରତି ଛାତ୍ର ଯୁବକମାନଙ୍କର ସବୁବେଳେ ସମର୍ଥନ ରହି ଆସିଛି । ସଂପ୍ରତି ବଲାଙ୍ଗିର ସହରରେ ବିଜୁ ଜନତା ଦଳର ଏକ ଛାତ୍ର ଓ ଯୁବ ସମ୍ମିଳନୀରେ କଂଗ୍ରେସ ଦଳରୁ ଅନେକ ଯୁବକ ଓ ଛାତ୍ର ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ବୋଲି ଖବର ପ୍ରକାଶିତ ହୋଇଥିଲା ଯାହାକି ସମ୍ପୂର୍ଣ୍ଣ ଭୁଲ ତଥ୍ୟ ଅଟେ । ନଗର କଂଗ୍ରେସ ସଭାପତି ଭାବରେ ଏହି ଖବରର ମୁଁ ନିନ୍ଦା କରିବା ସହ ତଥ୍ୟ ଭିତ୍ତିକ ନୁହେଁ ବୋଲି ପ୍ରତିବାଦ ଜଣାଉଛି । ଗତକାଲି ଆମ ଦଳରୁ କୌଣସି ଜଣେ ବି ଛାତ୍ର ଓ ଯୁବକ ବିଜୁ ଜନତା ଦଳରେ ଯୋଗଦେଇ ନାହାନ୍ତି ବୋଲି ସଭାପତି ବୁଲୁ ଦାନିି ଜଣାଇଛନ୍ତି ।

Leave A Reply

Your email address will not be published.