om academy

ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କ୍ରୀଡା ଉତ୍ସବ ଉଦ୍‌ଯାପିତ

jsm

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକସ୍ତରୀୟ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ପ୍ରତିଯୋଗିତା ଗତ ୧୮-୧୨-୨୩ରୁ ଆରମ୍ଭ ହୋଇ ୨୧-୧୨-୨୩ ଦୀର୍ଘ ଚାରିଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଦାସ, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ-୨ର ସଭ୍ୟା ବୀଣାପାଣି ଦାସ, ଆଗଲପୁର ଆଇଆଇସି ବାସୁଦେବ ଭୋଇ ପ୍ରମୁଖ ମଂଚାସିନ ଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳଦୀପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ବ୍ଲକର ଅନେକ ସ୍କୁଲର ଛାତ୍ରଛାତ୍ରୀମାନେ ଖୋ-ଖୋ, କବାଡି, ଫୁଟବଲ, ହାଇଜମ୍ପ, ଲଙ୍ଗ୍‌ଜମ୍ପ୍ ଆଦି ବିଭିନ୍ନ ପ୍ରକାର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମିଶ୍ର ମଂଚ ପରିଚାଳନା କରିଥିବେ ବେଳେ ବ୍ଲକର ସମସ୍ତ କର୍ମଚାରୀ ଓ ଜନ ପ୍ରତିନିଧିମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପନ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା ଦୀପ ପ୍ରଜ୍ୱଳନ କରି ଧ୍ୱଜା ଅବତରଣ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳଦୀପ ମହାନ୍ତିଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରିବା ସହ ସଭାସାଂଗ କରାଯାଇଥିଲା । ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.