ନିଖୋଜ ହେବାର ୬ ଘଣ୍ଟା ପରେ ନାବାଳକକୁ ଉଦ୍ଧାର କଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ଅନ୍ତର୍ଗତ କଅଗାଁରୁ ନିଖୋଜ ହୋଇଥିବା ନାବାଳକକୁ ନିଖୋଜ ହେବାର ୬ ଘଣ୍ଟା ପରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିରୁ ଉଦ୍ଧାର କରିଛି ସଦର ପୋଲିସ । ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର । ସୂଚନା ଅନୁସାରେ ବଲାଙ୍ଗିର ସଦର ଅନ୍ତର୍ଗତ କଅଗାଁର ନବମ ଶ୍ରେଣୀରେ ପଢୁଥିବା ନାବାଳକ ପରୀକ୍ଷା ଭୟରେ ଫେରାର୍‌ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ନିଖୋଜର ୬ ଘଣ୍ଟାପରେ ନାବାଳକକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ ।

Leave A Reply

Your email address will not be published.