ଦ୍ଵିତୀୟ ଦିନରେ ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶନିବାର ଦ୍ୱିତୀୟ ଦିନରେ ସ୍ଥାନୀୟ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ସଭା ପରିଚାଳନା କରିଥିଲେ ମୁଖ୍ୟ ନୋଡାଲ ଅଫିସର ତଥା ବରିଷ୍ଠ ଓଡ଼ିଆ ଅଧ୍ୟାପକ ଦିଲୀପ କୁମାର ପସାୟତ । ଏଥିରେ ଅଧ୍ୟାପକ ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ଛନ୍ଦାଚରଣ ଖୁଣ୍ଟିଆ, ଫାଲଗୁନି ଦାସ, କୈଳାସ ଚନ୍ଦ୍ର ଜାନୀ, ବାବୁଲା ନାଏକଙ୍କ ସହ ସମସ୍ତ ଅଧ୍ୟାପକ ଉପସ୍ଥିତ ଥିଲେ । କଲେଜର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସମସ୍ତ କଲେଜ କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ଲାଷ୍ଟିକ ମୁକ୍ତ ଓ ପରିମଳର ନାରା ଦେଇ ମୁରିବାହାଲ ଗ୍ରାମ ପରିକ୍ରମା କରିଥିଲେ । ପରେ କଲେଜରେ ବିଭିନ୍ନ ଖେଳ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ଅଧ୍ୟାପିକା ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଯଶୋସ୍ମିତା ବେହେରା, କ୍ରୀଡା ବିଭାଗର ଶରତ ପଧାନ, ଲଳିତ ବଘାର ଓ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଅଧ୍ୟାପକ ଭିଙ୍ଗରାଜ ରଣା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.