oum

ଟିଟିଲାଗଡ ଉପଖଣ୍ଡଠାରେ “ମୁଁ ବି ମିତା” ଅଭିଯାନ ଉଦ୍‌ଘାଟିତ

jsm

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗଣତନ୍ତ୍ରର ମହାସ୍ରୋତରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଏବଂ ବିଶେଷ କରି ଯୁବ ଗୋଷ୍ଠୀମାନଙ୍କୁ ନୂତନ ଭୋଟର ତାଲିକାରେ ଭୋଟର ଭାବେ ପଞ୍ଜିକରଣ ନିମନ୍ତେ ଉତ୍ସାହିତ କରିବା ପାଇଁ “ମୁଁ ବି ମିତା” ଅଭିଯାନ, ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡ ଉପଖଣ୍ଡର ଉପଜିଲ୍ଲାପାଳ ଦୟାମୟ ପାଢୀଙ୍କ ସଭାପତିତ୍ଵରେ “ମୁଁ ବି ମିତା” ଅଭିଯାନ ଆରମ୍ଭ ହୋଇଅଛି । ଟିଟିଲାଗଡ ଉପଖଣ୍ଡ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରତ୍ୟେକ ମହାବିଦ୍ୟାଳୟର “ମୁଁ ବି ମିତା” ଅଭିଯାନର ପ୍ରତିନିଧିତ୍ଵ ଦାୟିତ୍ଵ ଦିଆଯାଇ, ଏହି ଅଭିଯାନ ସମସ୍ତ ଯୁବ ଗୋଷ୍ଠୀଙ୍କୁ ଅଧିକରୁ ଅଧିକ ମାତ୍ରାରେ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଗଠିତ । ଏହି ଅଭିଯାନର ଶୁଭାରମ୍ଭରେ ଉପଜିଲ୍ଲାପାଳ ଦୟାମୟ ପାଢୀ ଯୋଗଦେଇ “ମୁଁ ବି ମିତା” ଅଭିଯାନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ତଥା ଅଭିଯାନକୁ ସଫଳ ରୂପାୟନ କରିବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁମାନଙ୍କର ବୟସ ୧୮ ବର୍ଷ, ସେମାନେ କିପରି ଭାବେ ଏଥିରେ ସାମିଲ ହୋଇ ନିର୍ବାଚନରେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାରେ ସକ୍ଷମ ହୋଇପାରିବେ, ସେ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଉପସ୍ଥିତ ଛାତ୍ରୀମାନଙ୍କୁ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ବିଭିନ୍ନ ମହାବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ପାଢୀ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଜିଲ୍ଲାପାଳ ଚନ୍ଦ୍ର ପ୍ରସାଦ ଦେହୁରି, ତହସିଲଦାର ଲଳିତ ବାଗ, ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟକ୍ଷା, ମୁଁ ବି ମିତାର ପ୍ରତିନିଧିତ୍ଵ କରୁଥିବା ଛାତ୍ରୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧି, କାର୍ଯ୍ୟାଳୟର କିରାଣୀ ଦେବେନ୍ଦ୍ର ନାୟକ ତଥା ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.