ଅଜଣା ଗାଡି ଧକ୍କାରେ ଯୁବକ ମୃତ

ବାଲେଶ୍ଵର : ଅଜଣା ଗାଡି ଧକ୍କାରେ ଯୁବକ ମୃତ । ବାଲେଶ୍ଵର ଜିଲ୍ଲା ନୀଳଗିରି ବାଇପାସ୍ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ମୃତ ଜଣକ କିଶୋର ରାଉତ ବୋଲି ଜଣାପଡିଛି । । ସୂଚନାନୁଯାୟୀ, କିଶୋର ରବିବାର ମଧ୍ୟରାତ୍ରୀରେ ଘରକୁ ଫେରୁଥିବା ବେଳେ ସେରଗଡ଼-ଝରଣାଘାଟି ୧୯ ନମ୍ବର ରାଜ୍ୟ ରାଜପଥରେ ଏକ ଅଜଣା ଗାଡି ଆସି ତାଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲା । ଫଳରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଦୁର୍ଘଟଣା ଘଟାଇଥିବା ଗାଡି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରୀ କରୁଛି ।

Leave A Reply

Your email address will not be published.