ls

ନୂଆପାଲୀ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ କାର୍ୟ୍ୟକ୍ରମ : ପୋଷ୍ୟ ଗ୍ରହଣ ତାଲିକାରେ ବିଧାୟକଙ୍କ ସହ ସାମିଲ ହେଲେ ୩ ଜଣ ବୁଦ୍ଧିଜୀବୀ

sb

ବୌଦ୍ଧ, (ମମତା ମହାକୁର) : ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ମୋ ସ୍କୁଲ କାର୍ୟ୍ୟକ୍ରମର ସଫଳତା ପାଇଁ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ସହିତ ସମୀକ୍ଷା ବୈଠକ କାମାଳ ବ୍ଳକ ନୂଆପାଲୀ ସ୍ଥିତ ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେଇ ରାଜ୍ୟ ସରକାରଙ୍କ ମୋ ସ୍କୁଲ, ମୋ କଲେଜ ଭଳି ଯୋଜନା ଶିକ୍ଷାନୁଷ୍ଠାନ ଗୁଡିକର ଗରୀମାମୟ ଇତିହାସକୁ ଉଜ୍ଜୀବିତ କରିବା ସହ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ନିର୍ବାଚିତ ପ୍ରତିନିଧିମାନଙ୍କ ସହଭାଗୀତା ଏହି ଯୋଜନାକୁ ସଫଳ କରିବାରେ ସହାୟକ ହେଉଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅନନ୍ତଚରଣ କ୍ଷେତି ମୋ ସ୍କୁଲ ଅଭିଯାନରେ ଏହି ବିଦ୍ୟାଳୟର ଯୋଗଦାନ ଜିଲ୍ଲା ସ୍ତରରେ ସର୍ବଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାରୁ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି କ୍ରୀୟାଶୀଳ କରାଯିବ ବୋଲି କହିବା ସହ ସଭିଙ୍କ ସହଯୋଗ କାମନା କରିଥିଲେ । ଶିକ୍ଷାବିତ ନୀଳାଳ ଭୋଇ ମୋ ସ୍କୁଲ ଅଭିଯାନ ଦ୍ୱାରା ବିଦ୍ୟାଳୟ ଗୁଡିକର ରୂପରେଖ ବଦଳିବା ସହ ସରକାରୀ ଅନୁଦାନ ଦ୍ୱାରା ବିଦ୍ୟାଳୟର ବିକାଶ ସାଧିତ ହୋଇ ପାରିବ । ସମାଜସେବୀ ତଥା ବିଦ୍ୟାଳୟର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ୟ୍ୟକାରୀ ହେଉଥିବା ମୋ ସ୍କୁଲ ଅଭିଯାନ ଏକ ସମୟୋପଯୋଗୀ ପଦକ୍ଷେପ, ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପିଲା ଦିନର ସ୍ଖୁଲକଥା ମନେପକାଇ ଦେବା ସହିତ ବିଦ୍ୟାଳୟର ବିକାଶ ପାଇଁ କିଛି କରିବାର ସୁଯୋଗ ସୃଷ୍ଟି କରାଇ ପାରିଛି । ଏହି ଅବସରରେ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ଦ୍ୱାରା ମିଳିଥିବା ୮ ଲକ୍ଷ ଅନୁଦାନରେ ଆରମ୍ଭ କରାଯାଇ ଥିବା ଏକ କୋଠାଘରର କାର୍ୟ୍ୟକୁ ସଭାରେ ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ବିଦ୍ୟାଳୟର ସୌନ୍ଦର୍ୟ୍ୟକରଣ ପାଇଁ ଏକ ବ୍ଲୁଉ ପ୍ରି ପ୍ରସ୍ତୁତ କରିବା ସହ ବିଦ୍ୟାଳୟ ପରିସରରେ ଏକ ହର୍ବାଲ ଗାର୍ଡେନ, ମନୋରଞ୍ଜନ ପାର୍କ, ଶିଶୁ ପାଠାଗାର ପ୍ରତିଷ୍ଠା ସହ ମହାପୁରଷ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତି ଗ୍ରହଣ କରାଯାଇ ଥିଲା । ଏହି ଅବସରରେ ବିଦ୍ୟାଳୟରେ ପଢୁଥିବା ଏବଂ ଯେଉଁମାନେ ମେଟ୍ରିକ ପରୀକ୍ଷା ପରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଭାବେ ଗଣନା ହେବେ ସେହି ଭାଇଭଉଣୀ ମାନେ ସେମାନଙ୍କ ଦ୍ୱାରା ସଂଗୃହୀତ ୨୦ ହଜାର ଏବଂ ନୂଆପାଲୀ ୧୧ ନଂ ୱାର୍ଡର ବାସିନ୍ଦାମାନେ ୫ ହଜାର ଟଙ୍କାର ଆର୍ଥୀକ ସହାୟତା ମୋ ସ୍କୁଲ ଅଭିଯାନକୁ ପ୍ରଦାନ କରିଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିବତ୍ସ ଭୋଇ, ଅଶେକ ସାହୁ, ପ୍ରଶାନ୍ତ ରଣା ପ୍ରମୁଖ ଉପସ୍ତିତ ଥିଲେ । ଶେଷରେ ସଭାର ସଫଳତା କାମନା କରି ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇ ଥିବା ପୋଷ୍ୟ ଗ୍ରହଣ ଭଳି ଏକ ନିଆରା ଯୋଜନାକୁ ସମର୍ଥନ ଜଣାଇ କାମାଳ ବିଧାୟକ ମହୀଧର ରଣା ନୂଆପାଲୀ ଏବଂ ଶଗଡା ହାଇ ସ୍କୁଲକୁ ପୋଷ୍ୟଭାବେ ଗ୍ରହଣ କରିଥିବା ଘୋଷଣା କରିଥିଲେ । ବିଧାୟକଙ୍କ ସହ ବିଦ୍ୟାଳୟର ଉପଦେଷ୍ଟା ଦିବ୍ୟଶଙ୍କର ରାଉତ, ଶିକ୍ଷାବିତ ନୀଳାଳ ଭୋଇ, ସମାଜସେବୀ ତଥା ମୋ ସ୍କୁଲ ଅଭିଯାନର ସଭାପତି ପ୍ରେମରାଜ ରଣା ନୂଆପାଲୀ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଟ କରି ଆବଶ୍ୟକ ଇଚ୍ଛାପତ୍ରରେ ସ୍ୱାକ୍ଷର କରି ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିଲେ ।

pc pk
Leave A Reply

Your email address will not be published.