om academy

ବୃକ୍ଷ ରୋପଣ କରିଥିବା ଶ୍ରମିକଙ୍କୁ ୬ ମାସ ହେଲା ମିଳିନି ପାଉଣା : ବନ କାର୍ୟ୍ୟଳୟ ଘେରାଉ କଲେ ଶ୍ରମିକ

jsm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବେଲଗାଁ ବନ ବିଭାଗ ଅଧୀନରେ କାର୍ୟ୍ୟ କରିଥିବା ଶ୍ରମିକମାନେ ଦୀର୍ଘ ୬ ମାସ ହେଲାଣି ଟଙ୍କା ପାଇଁ ନ ଥିବା ବେଳେ ଏହାର ପ୍ରତିବାଦରେ ବେଲଗାଁ ଫରେଷ୍ଟରଙ୍କ କାର୍ୟ୍ୟଳୟକୁ ଶ୍ରମିକମାନେ ଘେରାଉ କରିଥିଲେ । ବର୍ତ୍ତମାନ ସମୟରେ କାମ କରି ଟଙ୍କା ପାଇଁ ନ ଥିବା ବେଳେ କରୋନା ମହାମାରୀ ଯୋଗୁଁ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ କାମ କରିବା ପରେ କିଛି ଟଙ୍କା ପାଇବା ଉତାରୁ ଘର ସଂସାର ଚଳାଇବେ ବୋଲି ବି‌ଶ୍ୱାସ ବା‌ନ୍ଧିଥିଲେ । ହେଲେ ଫରେଷ୍ଟର‌ଙ୍କ ପାଖକୁ ବାରମ୍ବାର ଆସିଥିଲେ ମଧ୍ୟ ପ୍ରତିଶ୍ରୁତି ଦେଇ ଦିନ ଗଡାଇ ଚାଲୁଥିଲେ ଫରେଷ୍ଟର । ଶେଷରେ ବାଧ୍ୟ ହୋଇ ବନ କାର୍ୟ୍ୟଳୟକୁ ଘେରାଉ କରିଥିଲେ ଶ୍ରମିକମାନେ । କିନ୍ତୁ କିଛି ସୁଫଳ ମିଳିନ ଥିବା ବେଳେ ନିରାଶ ହୋଇ ଘରକୁ ଫେରିଯାଇଥିଲେ । ଏନେଇ ବେଲଗାଁ ଫରେଷ୍ଟର ଜନାର୍ଦ୍ଦନ ଠାକୁରଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ । ତାହାକୁ ନେଇ ଏବେ ସନ୍ଧେହ ସୃଷ୍ଟି ହୋଇଛି । ପ୍ରକାଶ ଥାଉକି ଯେ, ଏହି ବନ ବିଭାଗରେ ବ୍ୟାପକ ଅନିୟମିତତା ରହିଥିବା ଅଭିଯୋଗ କରିଛନ୍ତି ଶ୍ରମିକମାନେ । ଏନେଇ ବଲାଙ୍ଗିର ଡ଼ିଏଫଓ ସମୀର ଶତପଥୀଙ୍କୁ ପଚାରିବାରୁ ଖୁବଶୀଘ୍ର ତାଙ୍କ କାମ କରିଥିବା ରାଶି ମିଳିବ ବୋଲି କହିଛନ୍ତି ।

Leave A Reply

Your email address will not be published.