ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିଲେ : ଆଜି ମିଳିଲା ମୃତଦେହ

ପୁରୀ : ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ତା ମିଳିନଥିଲା । ଆଜି ଚକ୍ରତୀର୍ଥ ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାଯାଇଛି । ସୂଚନାଯୋଗ୍ୟ, ବୋକାରୋରୁ ପ୍ରାୟ ୨୫ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ସେମାନେ ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ । ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଦୀପକ ନିଖୋଜ ହୋଇଯାଇଥିଲେ । ଏହାପରେ ଦୀପକଙ୍କୁ ଉଦ୍ଧାର ନିମନ୍ତେ ଉଦ୍ୟମ ଚାଲିଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

Leave A Reply

Your email address will not be published.