ls

ଯୁଗଯାତ୍ରୀ ସାହିତ୍ୟ ସଂସଦର ମେହେର ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

sb

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟ ସଂସଦ ଯୁଗଯାତ୍ରୀ ସାହିତ୍ୟ ସଂସଦର ପ୍ରକୃତି କବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂସଦ ଗୃହରେ ଅନୁଷ୍ଠିତ ହେଇଯାଇଛି । ଏଥିରେ ସଂପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ କରିବା ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଭାପତି ପଦ୍ମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି କିଭଳି ଭାବରେ ଗଂଗାଧର ମେହେର ଜୟନ୍ତୀ ପାଳନ କରାଯାଇ ପାରିବ ସେ ଦିଗରେ ଆଲୋକପାତ କରିଥିଲେ । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ପ୍ରାଥମିକ ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏଁ ହେଉଥିବା ସମସ୍ତ ପ୍ରତିଯୋଗୀତାକୁ ବାତିଲ କରାଯିବା ସହିତ ସାହିତ୍ୟ ସଭା ଏବଂ କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ ଆଦି କାର୍ଯ୍ୟକ୍ରମ ହେବ ବୋଲି ସଦସ୍ୟମାନେ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସଂସଦର କୋଷାଧ୍ୟକ୍ଷ ଉଦୟ ନାୟକ, ପବନ କୁମାର ମହାଲିକ, କୀର୍ତ୍ତନ ଘିଭେଲା, ପରମାନନ୍ଦ ବିଶି, ମାନସ ରଂଜନ ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ । ଆସନ୍ତା ୨୨ ତାରିଖ ଶ୍ରାବଣ ପୂର୍ଣ୍ଣିମା ଅବସରରେ ପ୍ରକୃତି କବିଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ସଂପାଦକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

pc pk
Leave A Reply

Your email address will not be published.