oom

ସାମ୍ବାଦିକଙ୍କ ମାତୃ ବିୟୋଗ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ମାତା ତଥା ସ୍ୱର୍ଗତ ଦେବରାଜ ପଣ୍ଡାଙ୍କ ସହଧର୍ମିଣୀ ପୂର୍ଣ୍ଣବାସୀଙ୍କ ପଣ୍ଡା(୮୯)ଙ୍କ ପରଲୋକ ହୋଇଯାଇଛି । ସୂଚନାଯୋଗ୍ୟ ଯେ’ ଗଞ୍ଜାମ ସହରର ଦୁର୍ଗାଦେବୀ ସାହି ସ୍ଥିତ ତାଙ୍କର ନିଜସ୍ୱ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ୫ଘଣ୍ଟା ସମୟରେ ତାହାଙ୍କ ପରଲୋକ ହୋଇଥିବାବେଳେ ବନ୍ଧୁବର୍ଗ, କୁଟୁମ୍ବ ଏବଂ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପୂର୍ଣ୍ଣବାସୀ ପଣ୍ଡାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପୂଣ୍ୟତୋୟା ଋଷିକୂଲ୍ୟା ନଦୀଘାଟର ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି । ବଡ଼ପୁତ୍ର ରବୀନ୍ଦ୍ର କୁମାର ପଣ୍ଡା ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶଯ୍ୟାପାଖରେ ଅନ୍ୟ ପୁତ୍ରଦ୍ୱୟ ମହେନ୍ଦ୍ର କୁମାର ପଣ୍ଡା, କାହ୍ନୁ ଚରଣ ପଣ୍ଡା, ବଡ଼ଝିଅ ମାଧୁରୀ ପାଢ଼ୀ, ଜ୍ୱାଇଁ ସୁବାସ ଚନ୍ଦ୍ର ପାଢ଼ୀଙ୍କ ସମେତ ବୋହୂ ଓ଼ ନାତିନାତୁଣୀ ଉପସ୍ଥିତ ଥିଲେ । ସେ ଜଣେ ପରୋପକାରୀ ଓ ଧର୍ମପରାୟଣା ମହିଳା ଥିଲେ । ତାଙ୍କର ବିୟୋଗରେ ଗଞ୍ଜାମ ସହରରେ ଶୋକର ଛାୟା ଖେଳିଯାଇଛି । ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ସମସ୍ତ ସଦସ୍ୟ ମଣ୍ଡଳୀ ଗଭୀର ଶୋକ ପ୍ରକାଶ କରି ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.