oum

ମର୍ମନ୍ତୁଦ ସଡକ ଦୁର୍ଘଟଣା : ବୁର୍ଲାରୁ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର

jsm

ଅନୁଗୁଳ : ଅନୁଗଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ବୁର୍ଲାରୁ କଟକ ଅଭିମୁଖେ ୨ ଜଣ ରୋଗୀଙ୍କୁ ନେଇ ଯାଉଥିଲା ଆମ୍ବୁଲାନ୍ସ । ତେବେ ୫୫ ନମ୍ବର ଜାତୀୟ ରାଜପଥ ଅନୁଗୁଳ ଜରପଡ଼ା ନିକଟରେ ସାମ୍ନା ପଟୁ ଆସୁଥିବା ଗ୍ୟାସ୍ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଘଟଣା‌ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଗ୍ୟାସ୍ ଟ୍ୟାଙ୍କର ଡ୍ରାଇଭର ଅଟକ ଥିବା ଅନୁଗୁଳ ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.