ବିଧାୟିକା ରୀତା ସାହୁଙ୍କ ସଂଗ୍ରହାଳୟର ମରାମତି କାର୍ଯ୍ୟର ତଦାରଖ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରପାଲି ସ୍ଥିତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ରର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟକୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶୀଘ୍ର ଶେଷ କରିବାକୁ କହିଥିଲେ । ୧୯୭୦ରୁ କବି ଗଙ୍ଗାଧର ମେହେରଙ୍କ ବାସ ଭବନକୁ ରାଜ୍ୟ ସରକାର(ମ୍ୟୁଜିୟମ) ବା ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏହାକୁ ଦେଖିବାକୁ ଓ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏଠାକୁ ଆସିଥାନ୍ତି । ଏଠାରେ କବି ଗଙ୍ଗାଧର ମେହେରଙ୍କ ବ୍ୟବହୃତ ସାମଗ୍ରୀ ଓ କୃତି ରହିଛି । ତେବେ ବର୍ତ୍ତମାନ ମରାମତି କାର୍ଯ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି । ମରାମତି କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଛନ୍ତି । ପରିଦର୍ଶନ ସମୟରେ ମହେନ୍ଦ୍ର ମେହେର, ନିରଞ୍ଜନ ମେହେର, ନରେନ୍ଦ୍ର ହୋତା, ଭୁବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.