ମନେରେଗା ଯୋଜନାରେ ୫ ଜଣ ହିତାଧିକାରୀଙ୍କୁ ମିଳିଲା ୩ ଶହ ଦିନର କାମ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ୨୦୨୦-୨୧ ଆର୍ଥିକ ବର୍ଷରେ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଚଣ୍ଡୀ ଭଟ୍ଟା ଗ୍ରାମ ପଞ୍ଚାୟତର ୫ ଟି ପରିବାର ମନୋରେଗା ଯୋଜନାରେ ୩ ଶହ ଦିନ କାମ କରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ଲକରୁ ଅଧିକାଂଶ ପରିବାର ଆଖପାଖରେ ରୋଜଗାର ନ ପାଇ ଅନ୍ୟ ରାଜ୍ୟ ଗୁଡ଼ିକୁ ଦାଦନ ଶ୍ରମିକ ଭାବେ କାର୍ୟ୍ୟ କରିବାକୁ ଯାଇଥାନ୍ତି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ ନିୟମ ଅନୁସାରେ ଉକ୍ତ ଶ୍ରମିକମାନଙ୍କୁ ମନରେଗା ଯୋଜନାରେ ସାମିଲ କରିଥିଲେ । ସେମାନେ ୩ ଶହ ଦିନର କାମ କରିବା ସହ ତାଙ୍କ ପାରିଶ୍ରମିକ ମଧ୍ୟ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଗହଲ କୁମ୍ଭୀର, ଶରତ କୁମାର ପ୍ରଧାନ, ଦୁଃଖୀ ଶ୍ୟାମ ବାଗ, ତୀର୍ଥ ବାରିକ, ଲଲିତ ସାହୁ ରହିଛନ୍ତି ।

Leave A Reply

Your email address will not be published.