
ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରୟାଗୀ ଗ୍ରାମସ୍ଥିତ ଅଳେଶ୍ୱର ବେଳାଭୂମିରେ ରାଜ୍ୟସ୍ତରୀୟ ଅଳେଶ୍ୱର ପାଲା ମୋହଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସୁନାମଧନ୍ୟ ପାଲା ଗାୟକ ଭଞ୍ଜଭୂଷଣ ଶଙ୍କର୍ଶଣ ଗୌଡଙ୍କ ସହଭାଗିତା ଓ ପ୍ରୟଗୀ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ମହୋତ୍ସବକୁ ବିଧାୟକ ସୁବାଶ ଚନ୍ଦ୍ର ବେହେରା ଶୁଭ ଉଦ୍ଘାଟନ କରି ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଓ ଆଗାମୀ ପିଢ଼ି ଜାଣିବା ପାଇଁ ଏଭଳି ମହୋଉତ୍ସବ ଆୟୋଜନ କରିବା ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିୟ ଅତିଥି ଭାବେ ରାଜ୍ୟ ପାଲା ଗାୟକ ପରିଷଦର ସ୍ଥାୟୀ ଉପସଭାପତି ବିନାୟକ ରଥ, ରାଜ୍ୟ ପାଲା ଗାୟକ ପରିଷଦ ସମ୍ପାଦକ ସୁଦର୍ଶନ ମହାପାତ୍ର, ଜଗନ୍ନାଥ ଅଖିଳ ଭାରତ ପାଲା କଳାକାର ସଂଘ ସଭାପତି ପ୍ରଭାତ କୁମାର ଶ୍ରୀଚନ୍ଦନ, ସଂସ୍କୃତି ବିଭାଗ ଓଡିଶା ଅବସରପ୍ରାପ୍ତ ସହକାରୀ ନିର୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମହାସଚିବ ଦଣ୍ଡପାଣି ମହାପାତ୍ର, ପ୍ରୟାଗୀ ଗ୍ରାମ୍ୟ କମିଟି ସଭାପତି ତାରିଣୀ ଗୌଡ, ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ, ବିଶିଷ୍ଠ ଶିଳ୍ପପତି ରାମଚନ୍ଦ୍ର ପୃଷ୍ଠି, ସମାଜସେବୀ ଅମୂଲ୍ୟ କୁମାର ଦଳାଇ, ଜୟସେନ ମାଝି, ସଦାନନ୍ଦ ଗୌଡ, କାମରଜୁ ତରାଇ, ବୃନ୍ଦାବନ ଗୌଡ, ଲକ୍ଷ୍ମଣ ସାହୁ, ଗୋବିନ୍ଦ ମାଝି, ବଳରାମ ତରେଇ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ମହୋଉତ୍ସବରେ ପ୍ରୟାଗୀ, ଅରୁଣପୁର ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ ଏବଂ ଛତ୍ରପୁରର ରଣପାନୃତ୍ୟ ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । ଭଞ୍ଜ ପାଲା କଳାକାର ସଂଘର ସଭାପତି ବଳରାମ ପଣ୍ଡା, ସମ୍ପାଦକ ସୁଦର୍ଶନ ବେହେରା, ରାଜ୍ୟ ପାଲା ଟ୍ରଷ୍ଟ ବୋର୍ଡ ସଦସ୍ୟ ସତ୍ୟନାରାୟଣ ଗୌଡ ପ୍ରମୁଖ ପରିଚାଳନା କରିଥିଲେ । ପ୍ରଥମ ଥର ପାଇଁ ଏହି ମହୋଉତ୍ସବ ହେଉଥିବାରୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ଜମିଥିଲା ।