jayashree

ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଲେ ମହିଳା : ମଦ ବେପାରୀଙ୍କୁ ଚେତାବନୀ

  • ବେଆଇନ କୁଚିଆ ମଦ ବେପାରୀ ଉପରେ ପ୍ରଶାସନର ଲଗାମ ନାହିଁ, ଗାଁ ବିଶୃଙ୍ଖଳା ପାଇଁ ବିଭାଗୀୟ ଅଧିକାରୀ ଦାୟୀ : ମ‌ହିଳା ଗୋଷ୍ଠୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ଗ୍ରା:ପ: ଅନ୍ତର୍ଗତ ଠକପଡା ଗ୍ରାମରେ ବେଆଇନ ଭାବରେ ଅସାମାଜିକ ବ୍ୟକ୍ତି ମାନେ ମଦ ବିକ୍ରି କରୁଛନ୍ତି । ଗାଁରେ ମଦ ବିକ୍ରି ବନ୍ଦ କରିବା ପାଇଁ ଅନେକ ଥର ବୁଝାସୁଝା କରିଥିଲେ ମଧ୍ୟ ଅମାନିଆ କୁଚିଆ ମଦ ବେପାରୀ ବେଖାତିର କରି ମଦ ବେପାର ଚଲାଉଥିବା ଅଭିଯୋଗ ହୋଇଛି । ମଦ ବିକ୍ରି ବନ୍ଦ କରିବା ପାଇଁ ପାଟଣାଗଡ଼ ପୋଲିସ, ପାଟଣାଗଡ଼ ଅବକାରୀ ବିଭାଗଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମଦ ବେପାରୀ ଉପରେ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ଏବଂ ମଦ ବେପାରୀ ଉପରେ ଲଗାମ ନଥିବା ଯୋଗୁଁ ବେଧଡକ ଭାବରେ ମଦ ବେପାର ଚଲାଉଥିବା ଅଭିଯୋଗ କରିଛନ୍‌ନ୍ତି ମ‌ହିଳା ଗୋଷ୍ଠୀ । ଅନେକ ସମୟରେ ମଦ ମଦ୍ୟପାନ ଯୋଗୁଁ ଗାଁରେ ସବୁବେଳେ ଝଗଡାଜନିତ ଅଶାନ୍ତି, ବିଶୃଙ୍ଖଳା ଲାଗି ରହିଛି । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ନହେବାରୁ କେହି ଶୁଣିଲେଣି ବୋଲି ଶେଷରେ ଗାଁର ଶତାଧିକ ମହିଳା ବାହାରି ଗାଁ ଛକର ମଦ ଦୋକାନକୁ ଯାଇ ମଦ ଜବତ କରିବା ସହ କୁଚିଆ ମଦ ବେପାରୀକୁ ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ଯଦି ଏଭଳି ମଦ ବିକ୍ରି ହୁଏ, ତେବେ ଆଇନକୁ ହାତକୁ ନେଇ ଦଣ୍ଡ ବିଧାନ କରାଯିବ ବୋଲି ମ‌ହିଳା ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ଦେଖିବାକୁ ରହିଲା, ମଦ ବେପାରୀ ଉପରେ ପୋଲିସ, ଅବକାରୀ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି ।

Leave A Reply

Your email address will not be published.