ମହାପ୍ରୟାଣ ଗାଡ଼ି ଶବକୁ ନନେବାରୁ ମେଡିକାଲରୁ କାନ୍ଧରେ ବୋହିଲେ ସ୍ଥାନୀୟ ଯୁବକ

କେନ୍ଦ୍ରାପଡ଼ା: ଶବକୁ ନେଲାନି ମହାପ୍ରୟାଣ ଗାଡ଼ି । ଶେଷରେ ମେଡିକାଲରୁ କାନ୍ଧରେ ବୁହାଗଲା ମୃତଦେହ । ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମହାପ୍ରୟାଣ ଗାଡ଼ି ୮୦୦ ଟଙ୍କା ମାଗିବାରୁ ମୃତଦେହ ୪ ଘଣ୍ଟା ପଡି ରହିଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଘଟିଥିବା ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାକାର ଜଣେ ଅସହାୟ ବୃଦ୍ଧାଙ୍କୁ କାନ୍ଧ ଦେଲେ ଯୁବକ ସଂଘ ସଦସ୍ୟ । ମୃତଦେହକୁ ଏକ କିଲୋମିଟର କାନ୍ଧରେ ବୋହି ନେଇ ଆସିଲେ । ପରେ ଘରୋଇ ଆମ୍ବୁଲାନ୍ସରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମୃତଦେହକୁ ୧୨କିଲୋମିଟର ଘରକୁ ପଠାଇଥିଲେ ମୃତକ ହେଲେ ଅନୁଆ ପଡ଼ା ଗାଁର ସୁଲୋଚନା ରାଉତ । ତାଙ୍କର ଗତକାଲି ରାତିରେ ମେଡିକାଲରେ ମୃତ୍ୟୁ ହୋଇଥିଲା । ମୃତଦେହ ଘରକୁ ଆଣିବା ପାଇଁ ମହାପ୍ରୟାଣ ଗାଡ଼ି ପ୍ରଥମେ ଟଙ୍କା ମାଗିଥିବା ଅଭିଯୋଗ ହୋଇଛି । ପରେ ମୃତଦେହକୁ ନେବା ବେଳେ ସଂପର୍କୀୟମାନଙ୍କ ସହ ଯୁକ୍ତି କରିଥିବା ଅଭିଯୋଗ ବି ହୋଇଛି ।

Leave A Reply

Your email address will not be published.