କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ମହମ୍ମଦ ଆକବର ଖାନ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ଦଳରୁ ବହିଷ୍କୃତ ହେଲେ ମହମ୍ମଦ ଆକବର ଖାନ୍‌ । ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବଲାଙ୍ଗିରର ଯୁବନେତା ଆକବର ଖାନ୍‌ଙ୍କୁ ୬ ବର୍ଷ ପାଇଁ କଂଗ୍ରେର ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ମହମ୍ମଦ ଆକବରଙ୍କୁ ଦଳରୁ ବହିଷ୍କୃତ କରାଯିବାକୁ ନିଷ୍ପତ୍ତି ନେଇଥିବା ଚିଠିରେ ଉଲ୍ଲେଖ ରହିଛି । ଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ସନ୍ତୋଷ ସିଂ ସାଲଜାଙ୍କ ଦ୍ୱାରା ଏ ସଂକ୍ରାନ୍ତରେ ଏକ ପତ୍ର ଜାରି ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.