om academy

ରାଉରକେଲା ଏନଆଇଟିରେ ମହାମହିମ ରାଷ୍ଟ୍ରପତି କୋବିନ୍ଦ

jsm

ରାଉରକେଲା : ଏନଆଇଟିରେ ରାଷ୍ଟ୍ରପତି କୋବିନ୍ଦ । ଏନଆଇଟି ସମାବର୍ତ୍ତନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ମୁଖ୍ୟ ଅତିଥି ଭାବେ ରାଷ୍ଟପତିଙ୍କ ସହ ରାଜ୍ୟପାଳ ଗଣେଶୀଲାଲ ଯୋଗ ଦେଇଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥିଭାବେ ଯୋଗ ଦେଇଛନ୍ତି । ଏନଆଇଟିର ୧୮ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଯୋଗ ଦେଇଛନ୍ତି । ଆଇଜି ଏଚ ସୁପର ସ୍ପେସିଆଲିଟ ହସ୍ପିଟାଲର ଉଦଘାଟନ କରିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି ।

ସମାବର୍ତ୍ତନ ଉତ୍ସବରେ ୫୪୪ ଜଣ ଛାତ୍ରଛାତ୍ରୀଙ୍କୁ ବିଟେକ ଡିଗ୍ରୀ, ୧୭ ଜଣଙ୍କୁ ବି ଆର୍କ, ୧୧୭ ଜଣଙ୍କୁ ଡୁଆଲ ଡିଗ୍ରୀ, ୭୫ ଜଣଙ୍କୁ ଇଣ୍ଟିଗ୍ରେଟେଡ ଏମ ଏସ ସି , ୪୨୪ ଜଣଙ୍କୁ ଏମ ଟେକ, ୧୨୫ ଜଣଙ୍କୁ ଏମ ଏସ ସି, ୨୧ ଜଣଙ୍କୁ ଏମ ଏ, ୨୫ ଜଣଙ୍କୁ ଏମ ବି ଏ, ୪ ଜଣଙ୍କୁ ଏମ ଟେକ ରିସର୍ଚ୍ଚ, ଏବଂ ୧୧୮ ଜଣଙ୍କୁ ପି ଏଚ ଡି ଡିଗ୍ରୀ ପ୍ରଦାନ କରାଯିବ। ୬ଜଣଙ୍କୁ ସ୍ଵର୍ଣ୍ଣ ଓ ୭୦ ଜଣଙ୍କୁ ରୈପ୍ୟ ପଦକ, ୫ ଜଣଙ୍କୁ ଏଣ୍ଡୋମେଣ୍ଟ ସ୍ୱର୍ଣ ପଦକ, ୫ଜଣଙ୍କୁ ଏଣ୍ଡୋମେଣ୍ଟ ଆୱାର୍ଡ଼ ଓ ୮ ଜଣ ପୁରାତନ ଛାତ୍ର ଙ୍କୁ ସମ୍ମାନିତ କରାଯିବ ବୋଲି ଏନ ଆଇ ଟି ପଷରୁ ସୂଚନା ଦିଆଯାଇଛି । ଏହାସହ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ ପାଇଁ ଡକ୍ଟର କୁମାର ମଙ୍ଗଳମ ବିର୍ଲା, ପବ୍ଲିକ ଆଡମିନିଷ୍ଟ୍ରେସନ କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟର ପ୍ରମୋଦ କୁମାର ମିଶ୍ର ଓ ଇଣ୍ଡିଆନ ଲିଟରେଚର ପାଇଁ ସୀତାକାନ୍ତ ମହାପାତ୍ରଙ୍କୁ ଡକ୍ଟର ଅଫ ସାଇନସ୍ ଡିଗ୍ରୀରେ ସମ୍ମାନିତ କରାଯିବ । ଏହାସହ ଏକାଡେମିଆ ଓ ରିସର୍ଚ୍ଚ ପାଇଁ ଏନଆଇଟିର ପୁରାତନ ଛାତ୍ର ଡକ୍ଟର ରାଜ କିଶୋର ପରମଗୁରୁ ଓ ଆଶୁତୋଷ ଦତ୍ତ ଙ୍କୁ ସମ୍ମାନିତ କରାଯିବ । ଇଣ୍ଡଷ୍ଟ୍ରି ଓ ମ୍ୟାନେଜମେଣ୍ଟ ପାଇଁ ଏଆର ଭାଇସ ମାର୍ସଲ ଶୁଭଙ୍କ ଶେଖର ଲାହିରୀ ଇଞ୍ଜିନିୟର ଏସ ଏମ ବୈଦ୍ୟ, ଵିଷ୍ଣୁପଦ ସେଠୀ, ଏଫ ସି ମହାନ୍ତି, ଇଞ୍ଜିନିୟର ଭରତ ଭୁଷଣ ମହାନ୍ତି ଓ ଗେରୀ କ୍ରୀଷ୍ନନଙ୍କୁ ସମ୍ମାନିତ କରାଯିବ ବୋଲି ଏନଆଇଟି ପଷରୁ ସୁଚନା ଦିଆଯାଇଛି ।

Leave A Reply

Your email address will not be published.