csstore

ବିଜେପି କର୍ମୀ ଲୋକନାଥ ହତ୍ୟା ମାମଲା : ଗୃହ ବିଭାଗକୁ ଚିଠି ଲେଖିଲେ ଜିଲ୍ଲାପାଳ

ବୌଦ୍ଧ,(ବଂଶୀଧର ମାଝୀ): କଣ୍ଟାମାଳ ଥାନା ଅଧିନ ଖମନମୁଣ୍ଡା ପଞ୍ଚାୟତ ସିଆଲିଝୁଲି ଗ୍ରାମର ବହୁଚର୍ଚ୍ଚିତ ବିଜେପି କର୍ମୀ ଲୋକନାଥ ପ୍ରଧାନ ହତ୍ୟା ମାମଲାର ଉପଯୁକ୍ତ ତଦନ୍ତ ଦାବିରେ ବିଜେପି ପକ୍ଷରୁ ହୋଇଥିବା ସିବିଆଇ ତଦନ୍ତ ଦାବି ସଂପର୍କରେ ଗତକାଲି ବୌଦ୍ଧ ଜିଲ୍ଲାପାଳ ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଚିଠି ଲେଖିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ମୃତକଙ୍କ ପରିବାର ଓ ବିଜେପି ପକ୍ଷରୁ ଲୋକନାଥ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଥିଲା । ଏନେଇ ବିଜେପି ପକ୍ଷରୁ କଣ୍ଟାମାଳ ଥାନା ଓ ବୌଦ୍ଧ ଏସପି ଅଫିସ୍‌ ଆଗରେ ରିଲେ ଅନଶନ କରାଯାଇଥିଲା । ବୌଦ୍ଧ ଜିଲ୍ଲାପାଳ ଓ ଏସ.ପି. ବିଜେପି ନେତାଙ୍କ ସହ ଆପୋସ ଆଲୋଚନା କରି ସିବିଆଇ ତଦନ୍ତ ପାଇଁ ସରକାରଙ୍କୁ ସୁପାରିଶ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଗତକାଲି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ରାଜ୍ୟ ଗୃହ ବିଭାଗର ଅତିରିକ୍ତ ସଚିବଙ୍କ ନିକଟକୁ ଚିଠି କରିଥିବା ଜଣାଯାଇଛି ।

jayashree
Leave A Reply

Your email address will not be published.