କଂଟାବାଂଜିରେ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ଝାଙ୍କରପଡ଼ା ସ୍ଥିତ ପିଏଚଡ଼ି ପମ୍ପ ହାଉସ୍ ପାଖରେ ପ୍ରଶାସନ ପକ୍ଷରୁ ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ତେବେ ପିଡ଼ବ୍ଲୁଡ଼ି ରାସ୍ତା ଉପରେ ଜବର୍ ଦଖଲ୍ ସ୍ଥାନରେ ନିର୍ମିତ ହୋଇଥିବା ୬ଟି ଦୋକାନ ଗୃହ ଭଂଗା ଯିବାକୁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜବର୍ ଦଖଲ୍ ଉଚ୍ଛେଦ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ, ଟିଟିଲାଗଡ଼ଙ୍କ ସହ ଏସଡ଼ିପିଓ, ତହସିଲଦାର ଏବଂ ଆଇଆଇସିଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବି ସାମିଲ୍ ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.