ଲୋଇସିଂହା ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ : ଶଶାଙ୍କ ଭୋଇ ସଭାପତି ଓ ପ୍ରଶାନ୍ତ ବେହେରା ସମ୍ପାଦକ

ଲୋଇସିଂହା, (କେପିଏନ୍‌ଏସ୍‌) : ଚଳିତ ୨୦୨୧-୨୨ ବର୍ଷ ପାଇଁ ଲୋଇସିଂହା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ନିର୍ଦ୍ୱନ୍ଦରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଶଶାଙ୍କ ଶେଖର ଭୋଇ, ସମ୍ପାଦକ-ପ୍ରଶାନ୍ତ ବେହେରା, ଉପ ସଭାପତି-ପ୍ରଦୀପ ତ୍ରିପାଠୀ, ଯୁଗ୍ମ ସମ୍ପାଦକ-ସମ୍ପଦ ପୋଢ଼, ଗ୍ରନ୍ଥାଗାରିକ-ଜ୍ୟୋତିରଞ୍ଜନ ପଟେଲ ଓ କୋଷାଧ୍ୟକ୍ଷ ଭାବେ ଶୁଭେନ୍ଦୁ ସାହୁ ମନୋନୀତ ହୋଇଥିଲେ । ଏଥିସହିତ କାର୍ୟ୍ୟକାରୀ କମିଟି ସଦସ୍ୟ ଭାବେ ବରିଷ୍ଠ ଆଇନଜୀବୀ ଦିଲୀପ ବେହେରା, ରମାକାନ୍ତ ନାଏକ, ରାଜେଶ ବାବୁ, ରାଜକିଶୋର ମିଶ୍ର ଓ ରାଜେନ୍ଦ୍ର ନାଏକ ମନୋନୀତ ହୋଇଥିଲେ । ବରିଷ୍ଠ ଓକିଲ ଲକ୍ଷ୍ମୀନାରାୟଣ ମିଶ୍ର ନିର୍ବାଚନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.