ଲାୟନ୍ସ କ୍ଲବ ଅଫ୍ ରାଉରକେଲାରେ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାୟନ୍ସ କ୍ଲବ ଅଫ୍ ରାଉରକେଲାର ୬୪ତମ ପ୍ରତିଷ୍ଠା ଦିବସ ରାଉରକେଲା କ୍ଲବଠାରେ ପାଳିତ ହୋଇଯାଇଛି । କ୍ଲବର ସଭାପତି ଲାୟନ ଭାଗ୍ୟଲକ୍ଷ୍ମୀ ପରିଡ଼ାଙ୍କ ସଭାପତିତ୍ୱ ଓ ସମ୍ପାଦକ ଲାୟନ ଡ଼ଃ ଅର୍ସ ଚୋପ୍ରାଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ପ୍ରବୀଣ ଅଗ୍ରୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡ଼ିଶାର ପ୍ରଥମ ଏହି ଅନୁଷ୍ଠାନର ପ୍ରତିଷ୍ଠା ଦିବସ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡା.ପ୍ରଶାନ୍ତ କୁମାର ଭୂତିଆ, ପୁଲିସ ଏଏସ୍‌ଆଇ ମହେନ୍ଦ୍ର ସାହୁ ଓ ଶିକ୍ଷାବିତ ସୌଦାମିନୀ ମୁଦାଲିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଆନ୍ତର୍ଜାତୀୟ ପିନ୍ ଲାୟନ ସର୍ବଶ୍ରୀ ଅକ୍ଷୟ କୁମାର ଜେନା, ଚନ୍ଦ୍ର ଶେଖର ଚନ୍ଦନ, ଦୀପକ ଚନ୍ଦନ, କମଲ କୁମାର ଅଗ୍ରୱାଲ, ସୁନିତା ଶ୍ରୀନିବାସନ, ମିନୀ ମାଲହୋତ୍ରା, ଡା.ଜ୍ୟୋତି ସ୍ୱାଇଁ ପ୍ରମୁଖଙ୍କୁ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଲାୟନ ରାଜେଶ ଶର୍ମା, ଲାୟନ ଜି ବାସୁଦେବନ ନାୟାର, ଲାୟନ ଭରତ ଧଳ, ଲାୟନ ରାଜେଶ ମାଲହୋତ୍ରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀମତୀ ପରିଡା ସ୍ୱାଗତ ଭାଷଣ ଓ ସମ୍ପାଦକ ଡଃ ଚୋପ୍ରା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ ।

Leave A Reply

Your email address will not be published.