om academy

ପଦ୍ମପୁର ଟାଉନ ଲାଇଟ୍ ସେବାରେ ସମୟର ବ୍ୟତିକ୍ରମ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିର ସହରବାସୀଙ୍କୁ ଟାଉନ ଲାଇଟ୍ ବା ଷ୍ଟ୍ରିଟ ଲାଇଟ୍ ସେବାରେ ଏନ୍ଏସି ଓ ବିଦ୍ୟୁତ ବିଭାଗ ଦ୍ୱାରା ସମୟର ବ୍ୟତିକ୍ରମ କରା ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୂର୍ୟ୍ୟଦୟ ଓ ସୂର୍ୟ୍ୟାସ୍ତ ସମୟରେ ପରିବର୍ତ୍ତନ ଥିବା ବେଳେ ଟାଉନ ଲାଇଟକୁ ସକାଳ ୫ଘ.ରେ ବନ୍ଦ କରି ଦିଆଯାଉଛି । ଏହି ସମୟରେ ପ୍ରାୟତଃ ରାସ୍ତାଘାଟ ଜନଗହଳି ପୂର୍ଣ୍ଣ ରହେ । ଲୋକେ ଭୋର ସମୟରେ ପଥ ଚାରଣ କରିବା ପାଇଁ ଶିଶୁ, ମହିଳା, ପୁଅ, ଝିଅ, ବୃଦ୍ଧ, ବୃଦ୍ଧା ପ୍ରାୟତଃ ସମସ୍ତେ ବ୍ୟାୟାମ କରିବା ପାଇଁ ଯାଇଥାନ୍ତି । ଏହି ସମୟରେ ଟାଉନ ଲାଇଟ୍ ସେବାକୁ ବନ୍ଦ କରିଦେବା ଦ୍ବାରା ଅନ୍ଧାକାରର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି ଡକାୟତି ବା ମହିଳାମାନଙ୍କୁ ଅସଦାଚରଣ କରି ସୁନା ଗହଣା ଲୁଟି ନେବାର ଯଥେଷ୍ଟ ସମ୍ଭାବନା ଅଛି । ଠିକ୍ ସେହିପରି ଉପରବେଳା ସନ୍ଧ୍ୟା ସମୟରେ ମଧ୍ୟ ଜନ ଗହଳି ଥିବାବେଳେ ଟାଉନ ଲାଇଟ୍କୁ ପୂରା ଅନ୍ଧାର ହେଲା ପରେ ସନ୍ଧ୍ୟା ୬.୩୦ରେ ଦିଆ ଯାଉଛି । ଏନ୍ଏସି ଓ ବିଦ୍ୟୁତ ବିଭାଗ ଦ୍ବାରା କରା ଯାଉଥିବା ଏହି ବ୍ୟତିକ୍ରମରେ ସାଧାରଣ ଜନତା ଉଦବେଗ ପ୍ରକାଶ କରିଛନ୍ତି । ବିଦ୍ୟୁତ ବିଭାଗ ଓ ଏନଏସ୍ ବିଭାଗ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.