p purohi

ଘୁନସର ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସରସ୍ଥିତ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ୨୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଡିସେମ୍ବର ମାସ ୨୦ ତାରିଖଠାରୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଏହି କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ପ୍ରଧାନଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତାଙ୍କ ସଭାପତିତ୍ୱରେ ହୋଇଥିବା ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିିଥି ଭାବରେ ବିଶିଷ୍ଟ ସମାଜସେବୀ ଟେକେନ୍ଦ୍ର ଜାଲ ଯୋଗଦେଇ ପତାକା ଉତ୍ତୋଳନ କରି ଏହି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଫରମ୍ ସାଏ ମାଝୀ, ଦେବରାଜ ପଧାନ, ମାୟାଧର ସାହୁ, ବାବୁଲାଲ ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ସମୁଦାୟ ୧୫ଟି ପ୍ରତିଯୋଗିତା ହୋଇଥିଲା । ଏହି ସମସ୍ତ ପ୍ରତିଯୋଗିତାକୁ ପ୍ରଗତି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଘୁନସରର ଶିକ୍ଷକ ଉସତ୍ ଗଡତିଆ, କୃଷ୍ଣଧର ପାତ୍ର, ଝରଣା କର, ରଥ ଗୁରୁ, ଗୌର ମାଝୀ, ଦୀପାଞ୍ଜଳି ପ୍ରଧାନ ପ୍ରମୁଖ ବିଚାରକ ଭାବେ ସହଯୋଗ କରିଥିଲେ । କିରାଣୀ କାହ୍ନୁଚରଣ ସାହୁ ପ୍ରତିଯୋଗିତା ଗୁଡ଼ିକର ଧାରାବିବରଣୀ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ପ୍ରଧାନଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଅବତରଣ କରିଥିଲେ । ଖେଳ ଶିକ୍ଷକ ଡୋଳାମଣି ପ୍ରଧାନ ଖେଳ ପରିଚାଳନା କରିଥିଲେ । ଶେଷରେ ଉଦ୍‌ଯାପନୀ ଉତ୍ସବରେ ପ୍ରଧାନଶିକ୍ଷକଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ପ୍ରଧାନଶିକ୍ଷକ ଐଶ୍ଵର୍ଯ୍ୟ ଶେଖର ଦେବତା କ୍ରୀଡ଼ା ଉତ୍ସବରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆସନ୍ତା ଜାନୁଆରୀ ମାସରେ ପୁରସ୍କୃତ କରାଯିବାକୁ ଘୋଷଣା କରିଥିବା ବେଳେ ବିଦ୍ୟାଳୟର ରଥ ଗୁରୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.