csstore

ପାକିସ୍ତାନୀ କୋଇଲା ଖଣିରେ ମିଥେନ ଗ୍ୟାସ ବିସ୍ଫୋରଣ : ଜଳିଗଲେ ୧୨ ଶ୍ରମିକ

କରାଚି : ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ କୋଇଲା ଖଣିରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ କୋଇଲା ଖଣିରେ କାମ କରୁଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ତେବେ ଦୁର୍ଘଟଣାସ୍ଥଳରୁ ୮ ଜଣ ଖଣି କର୍ମଚାରୀଙ୍କୁ ଉଦ୍ଧାର କରାଯାଇଛି । ବୁଧବାର ପାକିସ୍ତାନୀ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପାକିସ୍ତାନର ଡନ୍ ଖବରକାଗଜରେ ପ୍ରକାଶିତ ଖବର ଅନୁଯାୟୀ, ହରନାଇ ଜିଲ୍ଲାର ଜର୍ଦାଲୋ ଅଞ୍ଚଳରେ ଏହି ଘଟଣା ଘଟିଛି । ବେଲୁଚିସ୍ତାନର ମୁଖ୍ୟ ଖଣି ନିରୀକ୍ଷକ ଅବଦୁଲ ଗନି ବଲୋଚଙ୍କ ବୟାନ ଦେଇ ରିପୋର୍ଟରେ କୁହାଯାଇଛି ଯେ ଜର୍ଦାଲୋ ଅଞ୍ଚଳରେ ଥିବା ଉକ୍ତ ଖଣିରେ ମିଥେନ୍ ଗ୍ୟାସ୍ ବିସ୍ଫୋରଣ ହେବା ସମୟରେ ଖଣି ଭିତରେ ୨୦ ଜଣ ଖଣି କର୍ମଚାରୀ ଥିଲେö

jayashree
Leave A Reply

Your email address will not be published.