ଟିଟିଲାଗଡ, (ଗୌରବ ଦର୍ଜୀ) : କୋଭିଡ୍ -୧୯ ମହାମାରୀର ଦ୍ୱିତୀୟ ତରଙ୍ଗରେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ଉଭୟ ଧନୀ ଏବଂ ଗରିବ ଲୋକଙ୍କୁ ସମାନ ଭାବରେ ପ୍ରଭାବିତ କରିଥଲେ ମଧ୍ୟ ଗ୍ରାମାଞ୍ଚଳର ଗରିବଙ୍କ ମଧ୍ୟରେ ବ୍ୟକ୍ତିଗତ, ସାମାଜିକ ଏବଂ ଆର୍ଥିକ ଧକ୍କା ସହ୍ୟ କରିବାର ଶକ୍ତି ଅତ୍ୟନ୍ତ କମ୍ ଥିବାରୁ ସେମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ବହୁସଂଖ୍ୟାରେ ଏହି ବର୍ଗର ଲୋକମାନେ ନିଜର ଜୀବିକା ହରାଇଛନ୍ତି । ଖାଦ୍ୟ କିମ୍ବା ଔଷଧ କିଣିବା ପାଇଁ ପାଖରେ ଟଙ୍କା ନଥିବାରୁ ବର୍ତ୍ତମାନ ସେମାନେ କୋଭିଡ୍ -୧୯ ମାରାତ୍ମକ ରୋଗରେ ସଂକ୍ରମଣ ହେବାର ବହୁତ ଅଧିକ ସମ୍ଭାବନା ରହିଛି । ଏହି ସମସ୍ୟା ଗୁଡିକର ସମାଧାନ ପାଇଁ ଟ୍ରିକଲ୍ ଅପ୍ ଏବଂ ନିଧି ମିଳିତ ଭାବେ ମୁରିବହାଲ୍ ବ୍ଲକରେ ଲଗାତାର ରିଲିଫ୍ କାର୍ଯ୍ୟକ୍ରମ କରୁଛନ୍ତି ଯାହାଦ୍ୱାରା ଜୀବିକା ହରାଇଥିବା ଓ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ଠାରୁ ବଞ୍ଚିତ ଥିବା ଅତ୍ୟଧିକ ଗରିବ ସମ୍ପ୍ରଦାୟ ପରିବାର ଉପକୃତ ହୋଇପାରିବେ । ପ୍ରଥମ ପର୍ଯ୍ୟାୟରେ ୧୦୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇ ଥିଲା ବେଳେ, ଗତ ୩ ଦିନରେ ୪୦୦ ପରିବାରଙ୍କୁ ବିହନ ଏବଂ ସ୍ୱଚ୍ଛତା କିଟ୍ ପ୍ରଦାନ କରାଯାଇଛି । ଏହି ରିଲିଫ କାର୍ଯ୍ୟ ଦ୍ଵାରା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ମୁରିବାହଲ ବ୍ଲକର ୬ ଗ୍ରାମ ପଞ୍ଚାୟତର ଅତି ଗରିବ ସମ୍ପ୍ରଦାୟର ୫୦୦ଟି ପରିବାର ଉପକୃତ ହେଇଛନ୍ତି । ଜୁଲାଇ ୦୬,୦୭ ଓ ୦୮ ତାରିଖରେ ମୁରିବାହଲ ବ୍ଲକର ଲେବେଡା, ବଙ୍କେଲ୍, ବିଟାବନ୍ଧ, ଟୁପାଉଡାର, ମାଲିଶିରା ଏବଂ ଡଙ୍ଗରପଡ଼ାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୪୦୦ ଜଣ ଗରିବ ମହିଳାଙ୍କୁ ଏହି କିଟ୍ ଗୁଡିକ ବଣ୍ଟନ କରାଯାଇଥିଲା । ସ୍ୱଚ୍ଛତା କିଟ୍ ଗୁଡିକରେ ପୁନଃ ବ୍ୟବହାର ଯୋଗ୍ୟ କପଡା ମାସ୍କ, ସାନିଟାରୀ ପ୍ୟାଡ୍, ସାନିଟାଇଜର, ଡିଟରଜେଣ୍ଟ ଏବଂ ସାବୁନ୍ ପ୍ରଦାନ କରଯାଇଥିଲା ଯାହା ଦ୍ଵାରା ସେମାନେ ନିଜକୁ କାରୋନା ଜୀବାଣୁଙ୍କଠାରୁ ରକ୍ଷା କରିପାରିବେ । ତାହା ସହିତ ସେମାନଙ୍କର ଜୀବିକାର ପୁନରାରମ୍ଭ କରିବା ପାଇଁ ସେମାନଙ୍କୁ ବିହନ କିଟ୍ ମଧ୍ୟ ଯୋଗାଇ ଦିଆଯାଇଛି । ଯାଦ୍ଵାରା ସେମାନେ ନିଜ ନିଜର ମୋ ଉପକାରୀ ବଗିଚାରେ ଏହି ବିହନ ଦ୍ଵାରା ପନିପରିବା ଚାଷ କରି ନିଜ ପରିବାର ପାଇଁ ପୃଷ୍ଟିକର ଖାଦ୍ୟର ଯୋଗାଣ ସହିତ ଜୀବକା ଉପାର୍ଜନ କରିପାରିବେ ।
ଏହା ବ୍ୟତୀତ ଟ୍ରିକ୍ ଅପ୍ ସାମାଜିକ ସଂଗଠନ ନିଧି ସହିତ ମିଳିତ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ବହୁତ ପଦକ୍ଷେପ ନେଇଛି । ହାତ ଧୋଇବା ଏବଂ ଉତ୍ତମ ସ୍ୱଚ୍ଛତା ଠାରୁ ଆରମ୍ଭ କରି ସାମାଜିକ ଦୂରତା ପର୍ଯ୍ୟନ୍ତ ତଥା ଅତ୍ୟଧିକ ଗରିବ ସମ୍ପ୍ରଦାୟ ଲୋକଙ୍କର ଟୀକାକରଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହିତ ସେମାନଙ୍କର ଟୀକାକରଣ ସୁନିଶ୍ଚିତ କରିବା ଉପରେ ଉପଯୁକ୍ତ ପଦକ୍ଷେପ ନେଉଛନ୍ତି । ଏହି ରିଲିଫ୍ କାର୍ଯ୍ୟକ୍ରମରେ ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ଗୋପାଳ ଦୀପ ଏବଂ ଗ୍ରାମପଞ୍ଚାୟତ ସ୍ତରୀୟ କର୍ମୀମାନେ, ଅଙ୍ଗୱାଡ଼ି କର୍ମୀ ଏବଂ ନିଧିର କର୍ମକର୍ତ୍ତା ତାରପଦ ପ୍ରଧାନ, ସୁମନ୍ତୀ ସାହୁ, ଯମୁନା ସାହୁ, ତଥାଗତ ବଗର୍ତ୍ତୀ, ଅର୍ଣୀମେଶ ପରିଡ଼ା ପ୍ରମୁଖ ଭାବେ ସାମିଲ ହୋଇଥିଲେ ।