୯୦ କୋଟିରେ କେଜିଏଫ ଚ୍ୟାପ୍ଟର-୨ର ହିନ୍ଦୀ ରାଇଟ୍ସ କିଣିଲା ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ

ମୁମ୍ବାଇ : କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ ଚ୍ୟାପ୍ଟର-୧ର ଅପାର ସଫଳତା ପରେ ଏହାର ଦ୍ୱିତୀୟ ସଂସ୍କରଣ ଉପରେ ସମସ୍ତଙ୍କ ନଜର ଥିଲା । ବଲିଉଡର ବଡ ପ୍ରଡକ୍ସନ କମ୍ପାନୀ ଏହା ଉପରେ ଆଖି ପକାଇଥିଲେ । ଏହାର ହିନ୍ଦୀ ରାଇଟ୍ସକୁ ଫରହାନ ଅଖତାର ଓ ରିତେଶ ସିଦୱାନୀଙ୍କ କମ୍ପାନୀ ଏକ୍ସଲ ଏଂଟରଟେନମେଂଟ ୯୦ କୋଟି ଟଙ୍କାରେ ହାତେଇଛନ୍ତି । ପ୍ରଥମ ସଂସ୍କରଣ ମଧ୍ୟ ଏହି କମ୍ପାନୀ କିଣିଥଲା । ୮୦ କୋଟି ବ୍ୟୟରେ ନିର୍ମିତ କେଜିଏଫର ପ୍ରଥମ ସଂସ୍କରଣ ୨୫୦ କୋଟି ଟଙ୍କା ଆୟ କରିଥିଲା । ବର୍ତମାନ ଏହାର ଦ୍ୱିତୀୟ ସଂସ୍କରଣ ମଧ୍ୟ ଭଲ ଆୟ କରିବ ବୋଲି ଆଶା କରାଯାଉଛି । ଏହାର ଟିଜରକୂୁ ୧୬କୋଟିରୁ ଅଧିକ ଲୋକ ଦେଖି ସାରିଲେଣି ।

Leave A Reply

Your email address will not be published.