କେବେ ସୁଧୁରିବ ପାଟଣାଗଡ଼ ଟ୍ରାଫିକ ସମସ୍ୟା : କେବେ ନିର୍ମାଣ ହେବ ବାଇପାସ୍ ରାସ୍ତା ?

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ସହରରେ ଦେଖାଦେଇଥିବା ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା କିଛି ସୁଫଳ ମିଳୁ ନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏଠାକାର ସହର ମୁଖ୍ୟ କଲେଜ ଛକ ଠାରୁ ରାମଜୀ ଛକ ପର୍ୟ୍ୟନ୍ତ ରାସ୍ତାରେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଅନ୍ୟ ପକ୍ଷରେ ବସ୍ ଷ୍ଟାଣ୍ଡରୁ ରାମଜୀ ଛକ ପର୍ୟ୍ୟନ୍ତ ରାସ୍ତାର ସଂକୁଚିତ ହୋଇ ଥିବା ଓ ସପ୍ତାହିକ ବଜାର ବସିଥିବା ଦିନ ଗୁଡିକରେ ଲୋକଙ୍କ ଭିଡ଼ ଯୋଗୁଁ ଗୋଟିଏ ଗାଡ଼ି ଗଲେ ବିପରିତ ଦିଗରୁ ଆସୁଥିବା ଗାଡି, ବାଇକ୍, ଆମ୍ବୁଲାନ୍ସ ଯାଇପାରୁନଥିବା ସହ ଘଣ୍ଟା ଘଣ୍ଟା ଧରି ଅଟକି ରହୁଥିବା ଦେଖିବାକୁ ମିଳିଛି । ସହର ମୁଖ୍ୟ କଲେଜ ଛକରେ ଟ୍ରାଫିକ ସମସ୍ୟା ଦେଖାଦେଇଛି । କଲେଜ ଛକଟି ସଂକୁଚିତ ହେଉଥିବା ବେଳେ ଉକ୍ତ ଛକ ରାସ୍ତାରେ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଛକରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୃର୍ଘଟଣା ଘଟି ଧନଜୀବନ ହାନି ଘଟିବାର ନଜିର ରହିଛି । ସହର ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇ ଥିବା ବେଳେ ଜମି ଅଧିଗ୍ରହଣ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟା ଓ ବାଇପାସ୍ ରାସ୍ତାର ସମାଧାନ ଓ ନିର୍ମାଣ ପାଇଁ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଆନ୍ତରିକ ଇଚ୍ଛା ଶକ୍ତିର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.