om academy

ପାର୍ବଣ ସମୟରେ କରୋନା କଟକଣା କଡ଼ାକଡ଼ି ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ : ସିଲ୍‌ ହେଲା ସହରର ତିନୋଟି ଦୋକାନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାର୍ବଣ ସମୟରେ କରୋନା କଟକଣାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି କୋଭିଡ-୧୯ ଆଇନ ଉଲଂଘନ ଯୋଗୁଁ ସହରର ଗୋପାଲଜୀ ରୋଡ଼୍‌ରେ ଅବସ୍ଥିତ ପୋପୁଲାର୍‌ ମୋବାଇଲ୍‌ ଷ୍ଟୋର ସହ ମୁଖ୍ୟ ବଜାରର ଗୋପାଲ ଡ୍ରେସେସ୍‌ ଓ ରଙ୍ଗୋଲି ଗାର୍‌ମେଣ୍ଟସ୍‌କୁ ସିଲ୍‌ ସିଲ୍‌ କରାଯାଇଥିବା ସୂଚନା ଦିଆଯାଇଛି ।

ଏଥିସହ ସହରର ଦୁର୍ଗାପୂଜା ମଣ୍ଡପ ଗୁଡ଼ିକୁ ମଧ୍ୟ ବିଶେଷ ଦୃଷ୍ଟିରେ ରଖାଯାଇଥିବା କୁହାଯାଇଛି । କରୋନା ମହାମାରୀର ସଂକ୍ରମଣକୁ ରୋକିବାକୁ ହେଲେ ପାର୍ବଣ ସମୟରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡ୍‌ ଲାଇନ୍‌ ପାଳନ କରାଯିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.