ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦର ଗୁରୁ ପୂଜନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଘନିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶ୍ରୀ ଶ୍ରୀ ରଘୁନାଥ ରାମ ନାଟ୍ୟ କଳା ପରିଷଦ ଘନିପୁର, ଘୋରଡିଆ, ଡେଲାଙ୍ଗ, ପୁରୀ ଆନୁକୂଲ୍ୟରେ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବ୍ୟାସ ପୂର୍ଣ୍ଣିମା ଉପଲକ୍ଷେ ପାରମ୍ପରିକ ରୀତିନୀତି ଅନୁଯାୟୀ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଛି । ଅନୁଷ୍ଠାନର ରାମଲୀଳା ଗୁରୁ ଶ୍ୟାମସୁନ୍ଦର ବଡ଼ଜେନା, ଭଗବାନ ଗିଲ, ପ୍ରଫୁଲ୍ଲ ବିଶ୍ୱାଳ, ରମେଶ ମହାରଣା ଏବଂ ସଂକୀର୍ତ୍ତନ ଗୁରୁ ତ୍ରିନାଥ ମଙ୍ଗରାଜ, ଲକ୍ଷ୍ମୀଧର ବିଶ୍ୱାଳ, ସୁମନ ଦାସ ମାନଙ୍କୁ ଗୁରୁ ହିସାବରେ ପୂଜା କରାଯାଇଥିଲା । ଅନୁଷ୍ଠାନର କଳାକାର ତଥା ଯୁବ ସଂକୀର୍ତ୍ତନ ଗାୟକ ଦୁର୍ଗା ପ୍ରସାଦ ସାହୁ ସଭା ପରିଚାଳନା କରିଥିବା ବେଳେ କୃଷ୍ଣ ଚନ୍ଦ୍ର ସାହୁ ସଭା ମଣ୍ଡନ କରିଥିଲେ । ସୁଦର୍ଶନ ସାହୁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ଲିପୁ ବେହେରା ଗୁରୁବନ୍ଦନା କରିଥିବା ସମୟେ ଜୟକୃଷ୍ଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କଳାକାରମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.