pr

ବଲାଙ୍ଗିର ଜିଲା କମ୍ପ୍ୟୁଟର ଶିକ୍ଷକ ସଂଘ କର୍ମକର୍ତ୍ତା ଚୟନ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭର୍ଚୁଆଲ ମୋଡ଼ରେ ବଲାଙ୍ଗିର ଜିଲା ଅଧିନ ୧୪ ଟି ବ୍ଲକର ୫୦ ଜଣ କମ୍ପ୍ୟୁଟର ଶିକ୍ଷକଙ୍କୁ ନେଇ ସଙ୍ଘର କର୍ମକର୍ତ୍ତା ମନୋନୟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ସଭାପତି ଭାବେ ଜ୍ୟୋତିର୍ମୟ ମିଶ୍ର ମନୋନୀତ ହୋଇଥିବା ବେଳେ ସମ୍ପାଦକ-କ୍ଷେତ୍ରମୋହନ ମିଶ୍ର, ଉପ ସଭାପତି -ଉଦୟ ରଂଜନ ରାଉତ ଓ ଲୀଳାମ୍ବର ମେହେର, ସହ ସମ୍ପାଦକ-ଭାଗବତ ଦନ୍ତା ଓ ହୃଦାନନ୍ଦ ହାତୀ, କୋଷାଧ୍ୟକ୍ଷ- ମୃତ୍ୟୁଞ୍ଜୟ ମିଶ୍ର ଓ ସହ କୋଷାଧ୍ୟକ୍ଷ ଭାବେ ଚିତ୍ତରଞ୍ଜନ ପାତ୍ର ମନୋନୀତ ହୋଇଥିଲେ । ଏହି ଭର୍ଚୁଆଲ ବୈଠକରେ କନକରାଜ ବନ୍‌ଛୋର, ବାଲମକୁନ୍ଦ ସାହୁ, ସୋନାଲି ବିଶ୍ୱାଳ, ସୁନିତା ପଟେଲ, ନିରୂପମା ସାହୁ, ପ୍ରଶାନ୍ତ ନାଏକ, ମାନସ ପାତ୍ର, ପରିଲିତା ପଧାନ, ରଂଜିତା ବେହେରା, ତୁଳସୀ ପଟେଲ, ଉମାକାନ୍ତ ଜାଲ, ଶଶୀଭୂଷଣ କୁଅଁର, ଲକ୍ଷ୍ମୀପ୍ରିୟା ଡାଙ୍ଗ, କୁମର ସିଂ, ପିଙ୍କୁ ବିଶି, ଆଲୋକ ବେହେରା, ବିନୋଦ ଦୀପ, ଧନୁର୍ଦ୍ଧର ସୁନା, ମୋତିରାମ ଦଣ୍ଡସେନା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପରିଶେଷରେ ମାନସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.