ପୁରୀ ବେଳାଭୂମିରେ ଫିଟ୍ ଇଣ୍ଡିଆ – ସନ୍, ସ୍ୟାଣ୍ଡ ଓ ସୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର/ପୁରୀ, (ପିଆଇବି) : ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଏବଂ କ୍ରୀଡାକୁ ଅନ୍ତର୍ଭୁକ୍ତ କରି ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନ ଅଧୀନରେ ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦ୍ୱାରା ପୁରୀ ବେଳାଭୂମି ଲାଇଟ୍ ହାଉସ୍ ନିକଟରେ ଫିଟ୍ ଇଣ୍ଡିଆ ସନ୍, ସ୍ୟାଣ୍ଡ ଓ ସୋଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଫିଟ୍ ଇଣ୍ଡିଆ ଚେତନା କାର୍ଯ୍ୟକ୍ରମରେ ଯୋଗ, ମାଲଖମ୍ବ ଏବଂ ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ସ୍କୁଲ ପିଲାମାନଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସ୍ଥାନୀୟ ପର୍ଯ୍ୟଟକମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ପୁରୀ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଡିଏସ୍‌ଓ ଚନ୍ଦନ କୁମାର, ପୁରୀ ଏଚ୍‌ପିସି ମୁଖ୍ୟ ପ୍ରଶିକ୍ଷକ ସଞ୍ଜୀବ ଶର୍ମା, ପାରା କ୍ରୀଡ଼ାବିତ ପ୍ରଶିକ୍ଷକ ବିଷ୍ଣୁ କୁମାର ମିଶ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଙ୍କ ମଧ୍ୟରେ ଓଡ଼ିଶା ଆଇ/ସି ଉପନିର୍ଦ୍ଦେଶକ ତ୍ରୈଲୋକ୍ୟନାଥ ସାହୁ, ସହକାରୀ ନିର୍ଦ୍ଦେଶକ, ସାଇ ଏନ୍‌ଏସ୍‌ଇସି କୋଲକାତା ଲକ୍ଷ୍ମଣ ଡୋଙ୍ଗାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନ୍ତର୍ଜାତୀୟ ପାରା ଆଥଲେଟ୍ ସୁଶ୍ରୀ ଜୟନ୍ତୀ ବେହେରା, ଅନ୍ତର୍ଜାତୀୟ ଖୋ-ଖୋ ଆଥଲେଟ୍ ସୁଶ୍ରୀ ମାଗାଇ ମାଝୀ, ସୁଶ୍ରୀ ଶୁଭଶ୍ରୀ ସିଂଙ୍କୁ ସମ୍ମାନିତ କରାଯାଇଥିଲା ।

Leave A Reply

Your email address will not be published.