om academy

କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ ବହୁ ଦୁସ୍ଥ କଳାକାରଙ୍କୁ ସମ୍ବର୍ଦ୍ଧିତ

jsm
  • ମଞ୍ଚସ୍ଥ ପୌରାଣିକ ଗୀତିନାଟ୍ୟ ‘ଅପରାଜିତା’ରେ ଦର୍ଶକ ବିଭୋର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନରେ କଳା ଓ କଳାକାର ପ୍ରତିଷ୍ଠାନର ବାର୍ଷିକ ଉତ୍ସବ ଗତ୨୫ ତାରିଖ ବୁଧବାର ସଂଧ୍ୟାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଉନ୍ନୟନ ପରିଷଦର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର୍ ଆର୍. ମୁରଲୀ ମୋହନ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ନାଟ୍ୟକାର ଡ. ତ୍ରିପତି ସାହୁ, ସବିତା ଏକ୍ସପୋର୍ଟର ମୁଖ୍ୟ ପରିଚାଳକ ମିତେନ୍ ଭୂୟାଁ ଏବଂ ସ୍ୱସ୍ତିକ୍ କ୍ରିଏଟିଭସ୍‌ର ନିର୍ଦ୍ଦେଶିକା ଅନୁଜା ନନ୍ଦ ବିଶ୍ୱାଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରତିଷ୍ଠାନର ସଭାପତି ଇଂ ଜାମିନୀକାନ୍ତ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂପାଦକ ତଥା ଓଡ଼ିଆ ନାଟ୍ୟ ସଂଘ ଗଞ୍ଜାମ ଜିଲ୍ଲା ସଭ୍ୟ ଡ. ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ଓଡିଶା ନାଟ୍ୟ ସଂଘର ଦକ୍ଷିଣାଞ୍ଚଳ ଉପସଭାପତି ଇଂ. ମନୋଜ କୁମାର ଦଣ୍ଡପାଟ ନିଜ ବକ୍ତ୍ୟବ୍ୟରେ ନାଟ୍ୟ କଳାର ବିକାଶ ଦିଗରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଉପସଭାନେତ୍ରୀ ଉଷାରାଣୀ ମହାପାତ୍ରଙ୍କ ପରିଚାଳନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସହ ସମ୍ପାଦକ ପି. ସୁବାଷ ଚନ୍ଦ୍ର ପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ ରୂପକାର ତେଜରାଜ ପ୍ରଧାନ ଓ ବଳରାମ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ପୌରାଣିକ ଗୀତିନାଟ୍ୟ “ଅପରାଜିତ” ମଞ୍ଚସ୍ଥ ହୋଇଥିଲା । ଏହି ଗୀତିନାଟ୍ୟଟିକୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିବା ସହ ଯୁବ କଳାକାରମାନଙ୍କ ଦ୍ୱାରା ପରିବେଷଣ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ । ବହୁତ ଦିନ ପରେ ଏଭଳି ସଫଳ ଗୀତିନାଟ୍ୟ ଦେଖିଥିବାରୁ ଦର୍ଶକ ଏହାର ପୁନଃ ମନ୍ଥନ ସକାଶେ ଅନୁରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ହେଉଛନ୍ତି ଏହି ନାଟକର ମୂଳ ରଚନା ଓ ନିର୍ଦ୍ଦେଶକ ଅଟନ୍ତି । ତେବେ ଭୂମିକାରେ କାହ୍ନୁ ମହାପାତ୍ର, ମଞ୍ଜୁ ନାୟକ (ସଙ୍ଗୀତ), ମଞ୍ଚ ସଜ୍ଜାରେ ନଳିନୀ କାନ୍ତ ଗୌଡ, ରୂପସଜ୍ଜା ଦୂର୍ଗାପ୍ରସାଦ ଆଚାର୍ଯ୍ୟ, ଜଗନ୍ନାଥ ଚିତ୍ରାଳୟ ଥିବା ବେଳେ ବିଭିନ୍ନ ଭୂମିକାରେ ଜିତୁ ସାହୁ, ସାହିଲ୍ ପ୍ରଧାନ, ରାଜେଶ ନାୟକ, ଅରୁଣ କୁମାର ସାହୁ, ମାନସ ରଞ୍ଜନ ସ୍ୱାଇଁ, ରାମ ପାତ୍ର, ସାଗର ପଣ୍ଡା, ନରହରି ମହାରଣା, ଶୁଭାଷିଶ ସାହୁ, ଅକ୍ଷୟ କୁମାର ଭୂୟାଁ, ମନୋଜ କୁମାର ରଥ, କପଳି ବାସୁଦେବ ଦାସ, ସଂସ୍କାର ଗୌଡ଼, ନାରାୟଣ ସାହୁ, ପ୍ରିୟାଂଶା ନାୟକ, ମଞ୍ଜୁ ନାୟକ ଓ ଆଶୀଷା ସାହୁ ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ । ରାଜୁ ପାଢୀ, ସୁବୋଧ ପଟ୍ଟନାୟକ, ରବୀନ୍ଦ୍ର କୁମାର ନାୟକ, ସତ୍ୟ ମହାରଣା ଓ ସୁଦାମ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାନ ତରଫରୁ ଉପଦେଷ୍ଟା ରମେଶ ମହାପାତ୍ର ଓ ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ ସଂଘର ଉପସଭାପତି (ଦକ୍ଷିଣାଞ୍ଚଳ)ର ମନୋଜ ଦଣ୍ଡପାଟ ସହ ସମ୍ପାଦକ ରାମଚନ୍ଦ୍ର ସାସମଲ, ଜିଲ୍ଲା ସଂଯୋଜକ ଡ. ମିହିର ତ୍ରିପାଠୀ ଓ ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଅନୀଳ ପାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦକ୍ଷିଣାଞ୍ଚଳର ମୁଖ୍ୟ ସାଂସ୍କୃତିକ ଓ ବାଣିଜ୍ୟ ପେଣ୍ଠସ୍ଥଳ ବ୍ରହ୍ମପୁର ସହରରେ ବହୁଦିନ ପରେ ଏଭଳି ମଞ୍ଚ ଆୟୋଜନ ହୋଇଥିବା ହେତୁ ଉଦ୍ୟକ୍ତାଙ୍କୁ ବିଭିନ୍ନ ମହଲରେ ପ୍ରସଂଶା ଓ କୃତଜ୍ଞତା ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.